Kedarnath Controversy: ପୁଣି ବିବାଦ, ବାବାଙ୍କ ମନ୍ଦିର ସାମ୍ନାରେ ପ୍ରେମିକଙ୍କୁ ପ୍ରପୋଜ୍‌

By

Published : Jul 2, 2023, 6:30 PM IST

thumbnail

ଡେରାଡୁନ: କେଦାରନାଥ ଧାମରେ ଯୁବପୀଢିଙ୍କ ରିଲ୍ସ ଭିଡିଓକୁ ନେଇ ବିବାଦ ଲାଗି ରହିଥିବା ବେଳେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠି ଜଣେ ଯୁବତୀ କେଦାରନାଥ ମନ୍ଦିର ସାମ୍ନାରେ ନିଜ ପ୍ରେମିକଙ୍କୁ ପ୍ରପୋଜ କରୁଥିବା ଦେଖିବାକୁ ମିଳିଛି । ଏହାସହ ବିବାହ ପ୍ରସ୍ତାବ ଦେଇ ସେ ନିଜ ପ୍ରେମିକଙ୍କ ହାତରେ ମୁଦି ପିନ୍ଧାଇଛନ୍ତି । ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରେମୀ ଯୁଗଳ ମନ୍ଦିର ସାମ୍ନାରେ ପ୍ରାର୍ଥନା କରୁଥିବା ବେଳେ କେହି ଜଣେ ପଛ ପଟୁ ଯୁବତୀଙ୍କ ହାତରେ ମୁଦି ବାକ୍ସ ଦେଉଛି। ଏହାପରେ ଯୁବତୀ ଜଣକ ଆଣ୍ଠୁ ମାଡ଼ି ଫିଲ୍ମ ଷ୍ଟାଇଲରେ ନିଜ ପାର୍ଟନରଙ୍କୁ ପ୍ରପୋଜ କରୁଛନ୍ତି । ଏହି ଭିଡିଓରେ ଥିବା ଯୁବତୀ ଜଣକ ହେଉଛନ୍ତି ରାଇଡର ଗାର୍ଲ ବିଶାଖା । ଏ ହେଉଛନ୍ତି ଭାରତର ପ୍ରଥମ ମୋଟୋ ଭ୍ଲଗର ଗାର୍ଲ (ବାଇକରେ ଯାତ୍ରା କରୁଥିବା ସମୟରେ ଭିଡିଓ ଉତ୍ତୋଳନ କରିବା) ବିଶାଖା । ଇନଷ୍ଟାଗ୍ରାମରେ ବିଶାଖାଙ୍କ 821k ଫଲୋଅର୍ସ ରହିଛନ୍ତି । ଯୁବତୀ ଜଣକ ଜଣେ ପରିଚିତ ଚେହେରା ହୋଇଥିବା ଧାର୍ମିକ ସ୍ଥଳରେ ତାଙ୍କର ଏପରି କାର୍ଯ୍ୟକଳାପକୁ ଅନେକ ବିରୋଧ କରିଛନ୍ତି । କିଛି ୟୁଜର୍ସ ମନ୍ଦିର ନିକଟକୁ ମୋବାଇଲ ନେବାକୁ ଅନୁମତି ନ ଦିଆଯାଉ ବୋଲି ମଧ୍ୟ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.