ରାମଲାଲାଙ୍କ ଦର୍ଶନ ପାଇଁ ବ୍ରହ୍ମପୁରରୁ ଅଯୋଧ୍ୟାକୁ 5 ଯୁବକଙ୍କ ପଦଯାତ୍ରା - Ayodhya journey on foot
🎬 Watch Now: Feature Video
Published : Jan 10, 2024, 7:02 AM IST
ବ୍ରହ୍ମପୁର: ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର । ଗୋଟିଏ ପଟେ ମନ୍ଦିର ପ୍ରତିଷ୍ଠା ପାଇଁ ଅଯୋଧ୍ୟା ସଜେଇ ହେଉଥିବା ବେଳେ ସାରା ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବେଶ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏଭଳି ସମୟରେ ଅଯୋଧ୍ୟାକୁ ରାମଲାଲଙ୍କ ଦର୍ଶନ ପାଇଁ ପାଦରେ ଚାଲି ଚାଲି ଯାତ୍ରା ଆରମ୍ଭ କରିଛନ୍ତି ବ୍ରହ୍ମପୁର ସହରରୁ ପାଞ୍ଚ ଜଣ ଯୁବକ । ସହରର ସିଟି ହାଇସ୍କୁଲ ନିକଟରେ ରହୁଥିବା ଟୁକୁନା ପରଦେଶୀ, ଶ୍ୟାମଘନ ପରଦେଶୀ, ଆକାଶ ପ୍ରଧାନ ସମେତ ସହରର ପ୍ରେମନଗର ଅଞ୍ଚଳର ସିଲୁ ପଣ୍ଡା ଏବଂ ଆସିକା ଅଞ୍ଚଳର ଗୋପାଳ ସ୍ବାଇଁ ମିଳିତ ଭାବରେ ଏହି ଯାତ୍ରା କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ... ରାମ ମନ୍ଦିର ପ୍ରତିଷ୍ଠା ଦିନ ରାଉରକେଲାରେ ଜଳିବ ବିଶ୍ୱର ବୃହତ ଦୀପ; ଶୋଭାପାଇବ ଶ୍ରୀରାମଙ୍କ ବିଶାଳ ମୂର୍ତ୍ତି
ମଙ୍ଗଳବାର ଦିନ ବାହାରି ବ୍ରହ୍ମପୁର ସହରରୁ ଆସିକା ଅଭିମୁଖେ ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ପାଟିରେ ରାମ ନାମ ଜପି ଜପି ଏବଂ ପିଠିରେ ରାମ ନାମ ଲିଖିତ ଗୈରିକ ଧ୍ବଜ ଧରି ଯାତ୍ରା ଆରମ୍ଭ କରିଛନ୍ତି । ଦୈନିକ ସାତ୍ତ୍ବିକ ଭୋଜନ କରି ଦୈନିକ 40ରୁ 45 କିଲୋମିଟର ଦୂର ପଥ ଅତିକ୍ରମ କରିବା ସହିତ ରାତ୍ର ସମୟରେ ମଠ ଓ ମନ୍ଦିରରେ ଅବସ୍ଥାନ କରିବେ ବୋଲି କହିଛନ୍ତି । ଆସନ୍ତା 22 ଜାନୁଆରୀରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବାକୁ ରହିଥିବା ବେଳେ ଏହାକୁ ନେଇ ସବୁଠି ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ରହିଥିବା ବେଳେ ପୂର୍ବରୁ ବ୍ରହ୍ମପୁର ସହରର କନିଷି ଅଞ୍ଚଳର ଦୁଇ ଯୁବକ କନିଷିରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ବ୍ରହ୍ମପୁର ସହରରୁ ଏହିପରି ଯୁବକମାନେ ଯାତ୍ରା ଆରମ୍ଭ କରିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର