thumbnail

By ETV Bharat Odisha Team

Published : Oct 2, 2023, 12:22 PM IST

ETV Bharat / Videos

କଳାହାଣ୍ଡିରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଭବାନୀପାଟଣା: ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 154ତମ ଜନ୍ମ ଜୟନ୍ତୀ । ଏହା ସହିତ ସ୍ବାଧୀନ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର 119ତମ ଜନ୍ମ ଜୟନ୍ତୀ ପାଳୁଛନ୍ତି ଦେଶବାସୀ । ଯାହାକୁ ନେଇ ଉତ୍ସବ ମୁଖର ହୋଇଛି ସାରା ଦେଶ । ଏହି ପରିପରେକ୍ଷୀରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଜନନାୟକଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇ ଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ୍‌ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ସହରରେ  ଥିବା ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଗାନ୍ଧୀ ପାର୍କ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଅତିରିକ୍ତ ଜିଲ୍ଲାପଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ମନୋଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ଉପସ୍ଥିତ ଅତିଥି ।

ଏହା ମଧ୍ୟ ପଢନ୍ତୁ- ରାଷ୍ଟ୍ରପିତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶ୍ରଦ୍ଧାସୁମନ ଅର୍ପଣ, ବିଜୟଘାଟରେ ଶାସ୍ତ୍ରୀଜୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ପ୍ରକାଶ ଥାଉକି, ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋର ବନ୍ଦରଠାରେ ପିତା କରମଚାନ୍ଦ ଗାନ୍ଧୀ ଓ ମାତା ପୁତୁଲିବାଈଙ୍କ କୋଳ ମଣ୍ଡନ କରିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ । ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାର୍ଯ୍ୟ ନିଭାଇଥିଲେ ଗାନ୍ଧିଜୀ।  ବ୍ରିଟିଶ ଶାସନ ବିରୋଧରେ ମହାତ୍ମା ଗାନ୍ଧୀ ଥିଲେ ମୁଖ୍ୟ । ଅହିଂସା ଓ ସତ୍ୟାଗ୍ରହକୁ ସର୍ବଦା ଗୁରୁତ୍ବ ଦେଉଥିଲା । ଦେଶକୁ ସ୍ବାଧୀନ କରିବାକୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଭାରତଛାଡ଼ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ କରାଯାଇଥିଲା । ପରେପରେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦେବା ପରେ ଇଂରେଜ ଭାରତ ଛାଡ଼ି ଥିଲେ । ଆଉ ବାପୁଙ୍କ ପାଇଁ ଏହି ଦେଶ ସ୍ବାଧୀନତାର ସ୍ଵାଦ ଚାଖି ପାରିଥିଲା । ସେହିପରି ଅନ୍ୟପଟେ ଉତ୍ତରପ୍ରଦେଶର ମୁଗଲସରାଇଠାରେ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମଲାଭ କରିଥିଲେ ଶାସ୍ତ୍ରୀଜୀ ।
 

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.