ବିଜେପିର ଜନ ଆକ୍ରୋଶ ଶୋଭାଯାତ୍ରା, 20ରେ ସିଏମସି ଘେରାଉ
🎬 Watch Now: Feature Video
କଟକ: ସିଏମସି ଘେରିବ ବିଜେପି । ଆସନ୍ତା 20 ତାରିଖରେ କଟକରେ ଜନ ଆକ୍ରୋଶ ଶୋଭାଯାତ୍ରା କରିବ ବିଜେପି । ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ଗତ ୧୪ ତାରିଖରୁ ବିଭିନ୍ନ ଜିଲ୍ଲାର ବିଭିନ୍ନ ବ୍ଲକ ସାମ୍ନାରେ ଗର୍ଜିବା ଆରମ୍ଭ କରିଛି ବିଜେପି ।
ତେବେ ବିଜେପିର ଅଭିଯୋଗ ଅନୁସାରେ, ରାଜ୍ୟରେ ୫୦ ଭାଗ କାର୍ଯ୍ୟ ପିସିରେ ହେଉଛି । ଗୋଟିଏ ବିଭାଗରେ ଦୀର୍ଘ ବର୍ଷ ଧରି ଅଫିସରମାନେ ରାଜ କରୁଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟ ସରକାରଙ୍କ ନେତା ଓ ମନ୍ତ୍ରୀମାନେ ନାରୀ ନିର୍ଯ୍ୟାତନା ଏବଂ ହତ୍ୟା ଭଳି ଅଭିଯୋଗରେ ଲିପ୍ତ ରହୁଛନ୍ତି । ସେମାନଙ୍କୁ ଘଣ୍ଟ ଘୋଡାଇ ରଖୁଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । କଟକ ସହରର ସେଥିରୁ ବାଦ ପଡିନି । କଟକ ମୁନିସିପାଳିଟି ଦୁର୍ନୀତିର ଗନ୍ତାଘର ପାଲଟିଛି । ସିଏମସି ଅଫିସର ଠାରୁ ଆରମ୍ଭ କରି ମେୟର ପର୍ଯ୍ୟନ୍ତ ମଶା ତେଲ, ଯାଇକା, ରାସ୍ତା ଘାଟ, ବାଲିଯାତ୍ରା ,ହାଡ଼ିଆ ପଠା ଜମି ଦୁର୍ନୀତିରେ ଲିପ୍ତ ରହୁଛନ୍ତି । ଏନେଇ ଅଗାମୀ ୨୦ ତାରିଖରେ କଟକ ଦୋଳମୁଣ୍ଡେଇ ଠାରୁ ଏକ ବିରାଟ ପଦଯାତ୍ରା ଆରମ୍ଭ ହୋଇ ସିଏମସି ପହଞ୍ଚିବା ସହ କଟକ ମୁନିସିପାଳିଟିକୁ ଘେରାଉ କରିବା ନେଇ କଟକ ନଗର ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ......ଦୁର୍ନୀତି ପ୍ରତିବାଦରେ ଅନୁଗୋଳର ୩ଟି ବ୍ଲକ ଘେରାଉ କଲା ବିଜେପି
ଇଟିଭି ଭାରତ, କଟକ