Gujarat : ପ୍ରବଳ ବର୍ଷା ପରେ କୃତ୍ରିମ ବନ୍ୟା, ଭାସିଗଲେ ଗାଈ ମଇଁଷି ଓ ଗାଡି ମୋଟର

By

Published : Jul 22, 2023, 5:53 PM IST

thumbnail

ଗାନ୍ଧୀନଗର: ଉତ୍ତର ଭାରତ ପରେ ଏବେ ପଶ୍ଚିମ ଭାରତରେ ପ୍ରବଳ ବର୍ଷାରେ ସ୍ଥିତି ବେହାଲ । ଗୁଜୁରାଟର ଜୁନାଗଡରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଏକାଧିକ ଗାଈଗୋରୁ, ମଇଁଷି ଓ ଗାଡି ମୋଟର ଭାସିଯାଇଛି । ପ୍ରବଳ ବର୍ଷାଜଳ ସ୍ରୋତରେ ଅନେକ ମଇଁଷି ଓ ଗାଡି ମୋଟର, ଉଠା ଦୋକାନ ସବୁ ଭାସି ଯାଉଥିବାର ଦେଖିବାକୁ ମିଳୁଛି । ରାସ୍ତା ଉପରେ ନଦୀସ୍ରୋତ ପରି ବର୍ଷାଜଳ ପ୍ରବାହିତ ହେଉଛି । ଅନେକ ସ୍ଥାନରେ ଘର ମଧ୍ୟ ଭାଙ୍ଗିଛି । ଲୋକେ ଗ୍ରାଉଣ୍ଡ ଫ୍ଲୋର ଛାଡି ଉପର ମହଲାରେ ଆଶ୍ରୟ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Himachal Flood: ସୁରକ୍ଷିତ ଉଦ୍ଧାର ହୋଇଛନ୍ତି 70 ହଜାର ପର୍ଯ୍ୟଟକ କହିଲେ ମୁଖ୍ୟମନ୍ତ୍ରୀ

ମୌସୁମି ପ୍ରାରମ୍ଭରେ ଉତ୍ତର ଭାରତରେ ପ୍ରବଳ ବର୍ଷା ପରେ ଏକାଧିକ ରାଜ୍ୟରେ ସ୍ଥିତି ସଙ୍ଗୀନ ହୋଇପଡିଥିଲା । ହିମାଚଳ ପ୍ରଦେଶ ସର୍ବାଧିକ ପ୍ରଭବିତ ହୋଇଥିବା ବେଳେ ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ମଧ୍ୟ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏବେ ଏସବୁ ରାଜ୍ୟରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ପଶ୍ଚିମ ଭାରତରେ ବର୍ଷା ଜାରି ରହିଛି । ବିଶେଷ ଭାବେ ଗୁଜୁରାଟ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ପରେ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.