thumbnail

କଳା ଭାସ୍କର୍ଯ୍ୟରେ ଝଲସୁଛି ଭକ୍ତ-ଭଗବାନଙ୍କ ସେତୁ 'ଶ୍ରୀସେତୁ'

By ETV Bharat Odisha Team

Published : Jan 16, 2024, 6:27 PM IST

Shree Setu shows Kalinga Architecture: ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନୀ ସମୟରେ ଉପୁଜିବାକୁ ଥିବା ଟ୍ରାଫିକ ସମସ୍ୟା ହେବ ଦୂର । ଏଥିଲାଗି ନିର୍ମିତ ହୋଇଛି ଭକ୍ତ-ଭଗବାନଙ୍କ ସେତୁ 'ଶ୍ରୀସେତୁ' । ତୂରୀ ଆକୃତିର ଶ୍ରୀସେତୁ ଆସନ୍ତାକାଲି ଲୋକାର୍ପିତ ହେବ । ଏହି ସେତୁ ଦେଇ ଜଗାଦ୍ବାରକୁ ଯିବା ସମୟରେ ଶ୍ରଦ୍ଧାଳୁ ଓଡ଼ିଶା କଳା ଭାସ୍କର୍ଯ୍ୟର ଝଲକ ଦେଖିବେ । ରାସ୍ତାକଡ଼ରେ ଓଡ଼ିଆ କାରୁକାର୍ଯ୍ୟ ସହିତ ନିର୍ମିତ ଆକର୍ଷଣୀୟ କଳାକୃତି ଦେଖିବାକୁ ମିଳିବ । ଏହାସହ ଓଡ଼ିଆ ପରମ୍ପରା ସହ ଜଡ଼ିତ ଝୋଟି ଚିତା ମଧ୍ୟ ସେତୁର ଦୁଇ ପାର୍ଶ୍ବରେ ରହିଛି । ଏହି ସେତୁ ଦେଇ ଯେତେବେଳେ ଦେଶ ବିଦେଶର ଅତିଥି ଶ୍ରୀମନ୍ଦିର ଯିବେ ସେତେବେଳେ ଏକ ଭିନ୍ନ ଅନୁଭବ ନେବେ ନିଶ୍ଚିତ । ଏହି ସେତୁ ଦେଇ ଶ୍ରଦ୍ଧାଳୁ ସିଧାସଳଖ ବଡ଼ଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବେ।  ୩୧୬ ନମ୍ବର ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ବାଇପାସ ଉପରେ ଏହି ସେତୁ ନିର୍ମାଣ ହୋଇଛି । ଓଡ଼ିଆ କଳା ଭାସ୍କର୍ଯ୍ୟର କଥା କହୁଥିବା ଶ୍ରୀସେତୁ ନିକଟରୁ ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ

ଏହା ବି ପଢନ୍ତୁ- ଟ୍ରାଫିକ ଯନ୍ତ୍ରଣାରେ ଛଟପଟ ପୁରୀବାସୀ: ସରୁନି ଶ୍ରୀସେତୁ, ରେଲୱେ ଓଭର ବ୍ରିଜ କାମ, ବଢୁଛି ଅସନ୍ତୋଷ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.