thumbnail

By ETV Bharat Odisha Team

Published : Nov 27, 2023, 10:38 PM IST

ETV Bharat / Videos

ସିମୁଳିଆରେ କିଏ ହେବେ ବିଜେପି ପ୍ରାର୍ଥୀ, ଜବାବ ରଖିଲେ ଯୁବନେତା ଠାକୁର ରଣଜିତ ଦାସ

ବାଲେଶ୍ବର: ସିମୁଳିଆରେ ହେବ କି ସଂଘର୍ଷପୂର୍ଣ୍ଣ ଫାଇଟ । ଟିକେଟ ପାଇଁ ବିଜେପିରେ ହେବ କି ଲଢେଇ । କିଏ ହେବେ ଆଗାମୀ ନିର୍ବାଚନରେ ସିମୁଳିଆ ବିଧାନସଭା ପ୍ରାର୍ଥୀ ? କାହାକୁ ଦଳ ଦେବ ଟିକେଟ ? ଠାକରୁ ରଣଜିତ ଦାସ ନା ପଦ୍ମଲୋଚନ ପଣ୍ଡା ? କାହା ଉପରେ ଦଳ କରିବ ଭରସା ? କିଏ ଜିତିପାରିବେ ଭୋଟରଙ୍କ ଭରସା ? ନିର୍ବାଚନ ଯେତେ ପାଖେଇ ଆସୁଛି ଏଭଳି ଚର୍ଚ୍ଚା ବାଲେଶ୍ବରରୁ ସିମୁଳିଆ ଯାଏଁ ଲାଗି ରହିଛି । କାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ସକ୍ରିୟ ହେଉଛନ୍ତି ବିଜେପିର ଯୁବନେତା ତଥା ପୂର୍ବତନ ଜାତୀୟ ଯୁବ ମୋର୍ଚ୍ଚା ଉପସଭାପତି ଓ ବର୍ତ୍ତମାର ଦଳୀୟ ମୁଖପାତ୍ର ଠାକୁର ରଣଜିତ ଦାସ ।  ଗତ କିଛି ମାସ ହେଲା ଠାକୁର ସିମୁଳିଆ ଖଇରା ଅଞ୍ଚଳରେ ପୁରା ଛାଇ ଯାଇଛନ୍ତି । ଗାଁରୁ ସହର ସବୁଠି ଠାକୁର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ  ହୋଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ଖାଲି ଏତିକି ନୁହେଁ ଠାକୁର ରଞ୍ଜିତ ଦାସ ଗତ ଦୁଇଦିନ ମଧ୍ୟରେ ଦୁଇଟି କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ଅତିଥୀ ଭାବେ ଖଇରା ଅଞ୍ଚଳକୁ ନିମନ୍ତ୍ରଣ କରିଥିଲେ। ଯାହା ଏକ ପ୍ରକାର ନିର୍ବାଚନୀ ପ୍ରଚାର ବୋଲି କୁହାଯାଇପାରେ ।  

ଠାକୁରଙ୍କ ଏହି କାର୍ଯ୍ୟକ୍ରମ  ନିର୍ବାଚନକୁ ଦୃଷ୍ଟିରେ ରଖି ହେଉଥିବା ଚର୍ଚ୍ଚା ଲାଗିରହିଛି । ଏପରି ସ୍ଥିତିରେ ଗତ 2019 ରେ କଂଗ୍ରେସରୁ ଆସି ବିଜେପି ଟିକେଟରେ ନିର୍ବାଚନ ଲଢି ପରାସ୍ତ ହୋଇଥିବା ପଦ୍ମଲୋଚନ ପଣ୍ଡାଙ୍କ କଣ ହେବ ଭବିଷ୍ୟତ । କାରଣ ବିଜେପିରୁ ପଦ୍ମ ଲୋଚନ ଟିକେଟ ପାଇବେ ବୋଲି ଏକ ପ୍ରକାର ଆଶ୍ବସ୍ତ ଅଛନ୍ତି । ଏପଟେ ଠାକୁର ରଣଜିତ ଦାସ ନିଜ ସାଂଗଠନିକ କାର୍ଯ୍ୟକ୍ରମ ବଢାଇବାରେ ଲାଗିଛନ୍ତି । ଏପରି ସ୍ଥିତିରେ ଶକ୍ତିଶାଳୀ ବିଜେଡି ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ କାହାକୁ ବିଜେପି ଦେବ ଟିକେଟ ? ଏନେଇ ଇଟିଭି ଭାରତକୁ ସାକ୍ଷାତକାର ଦେଇ ବିଜେପି ଯୁବନେତା ଠାକୁର ରଣଜିତ ଦାସ କହିଛନ୍ତି ଦଳରେ କୌଣସି କନ୍ଦଳ ନାହିଁ । ଦଳ ଯାହା ନିଷ୍ପତ୍ତି ନେବ ଆମେ ମାନିବୁ । ସିମୁଳିଆରେ ପାଣିଗ୍ରାହୀ ଓ ପଣ୍ଡା ପରିବାର ମଧ୍ୟରେ ହେଉଥିବା ବେଳେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । କାରଣ ସିମୁଳିଆର ବିକାଶ ପଛରେ ପଡିଯାଇଛି ବୋଲି କହିଛନ୍ତି । ଦେଖନ୍ତୁ ପୁରା ସାକ୍ଷାତକାର।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.