ରଥ ପଥ ପରି ଭାବବିହ୍ବଳ ପରିବେଶ, କଳ୍ପନା ଛକରେ ଦର୍ଶନ ଦେଉଛନ୍ତି ତିନିଠାକୁର - Shri Mandir parikrama project
🎬 Watch Now: Feature Video
Published : Jan 17, 2024, 3:23 PM IST
ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସାରା ରାଜ୍ୟ ଉତ୍ସବମୁଖର । କେବଳ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୁହେଁ ବରଂ ସାରା ରାଜ୍ୟର ଜଗନ୍ନାଥ ମନ୍ଦିରଗୁଡିକ ଆଜି ସଜେଇ ହୋଇଛି । ସବୁଠି ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି । ରାଜଧାନୀ ଭୁବନେଶ୍ବର ସ୍ଥିତ କଳ୍ପନା ଛକରେ ମଧ୍ୟ ଦର୍ଶନ ଦେଉଛନ୍ତି ତିନି ଠାକୁର । ଏନେଇ କଳ୍ପନା ଛକରେ ସୃଷ୍ଟି ହୋଇଛି ଭାବ ବିହ୍ବୋଳ ପରିବେଶ । ଚନ୍ଦନ ଲଗାଇ ଭକ୍ତଙ୍କୁ ସ୍ବାଗତ କରାଯାଉଛି ।
ଏହାମଧ୍ୟ ପଢନ୍ତୁ.. ଆଜି ଶ୍ରୀକ୍ଷେତ୍ର ଅଧ୍ୟାୟରେ ଯୋଡି ହେବ ନୂଆପର୍ଦ୍ଦ, ଜଗନ୍ନାଥ ଧାମରେ ଭକ୍ତିମୟ ପରିବେଶ
ତେବେ କର୍ପୋରେଟର ବାୟିଆ ଜେନାଙ୍କ ପ୍ରୟାସରେ ଏଠାରେ ତିନି ଠାକୁରଙ୍କ ପ୍ରତିମୃତ୍ତି ତିଆରି କରାଯାଇଥିବା ବେଳେ ଶହ ଶହ ଭକ୍ତ ଦର୍ଶନ କରି ଆନନ୍ଦ ଲାଭ କରିଛନ୍ତି । ତେବେ କର୍ପୋରେଟରଙ୍କ ପ୍ରୟାସରେ ଏଠାରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଏଠାରେ ରହି ମହାପ୍ରଭୁଙ୍କ ଦର୍ଶନ କରି ଯାଉଛନ୍ତି । ତେବେ ପୁରୀ ନ ଯାଇ ବି ପୁରୀକୁ ପାଇଛୁ ବୋଲି କହିଛନ୍ତି ଶ୍ରଦ୍ଧାଳୁ ।
ଇଟିଭି ଭାରତ, ଭୁବନେଶ୍ୱର