ନାକଚଣା ଦ୍ୱାର ଆଗରୁ ହଟିଲା ଜବର ଦଖଲ - ପୁରୀରେ ଜବର ଦଖଲ ଉଚ୍ଛେଦ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 9, 2023, 9:05 AM IST

ପୁରୀ: ନାକଚଣା ଦ୍ୱାରଠୁ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଯାଏଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ । ଜବରଦଖଲ କରି କେତେକ ଅନୁଷ୍ଠାନ ଛୋଟ ଛୋଟ ମନ୍ଦିର କରିଥିଲେ । ଫଳରେ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ବେଳେ ଭକ୍ତଙ୍କ ମହଲରେ ଏନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ନାକଚଣା ଦ୍ବାର ଠାରୁ ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇଛି । ତେବେ ଉଚ୍ଛେଦ କାର୍ଯ୍ୟରେ ଗୋଟିଏ ଜେସିବି ସହ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଆସନ୍ତା ଜାନୁଆରୀ ୧୭ ତାରିଖରେ ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଗୁଣ୍ଡିଚା ମନ୍ଦିର ଠାରେ ମଧ୍ୟ ସଂକୀର୍ତ୍ତନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।  

ଏହା ମଧ୍ୟ ପଢନ୍ତୁ-ନୋ ଭେଣ୍ଡିଂ ଜୋନ୍ ହେବ ବଡଦାଣ୍ଡ, ଶୃଙ୍ଖଳାରେ ଦର୍ଶନ କରିବେ ଭକ୍ତ

ସେହିପରି ଗୁରୁବାର ଶ୍ରୀମନ୍ଦିର ସିଂହଦ୍ଵାର ଥାନା ନିକଟରେ ଥିବା ରାଘବ ଦାସ ମଠର ନରେନ୍ଦ୍ର ମହଲାକୁ ଉଚ୍ଛେଦ କରାଯାଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ଚତୁପାର୍ଶ୍ବର ୭୫ ମିଟର ଉଚ୍ଛେଦ କାର୍ଯ୍ୟ କରାଯାଇ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣିଥରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୫ ଡିସିମିଲି ଜାଗାରେ ଥିବା ଏହି ଦୁଇ ମହଲା ବିଶିଷ୍ଟ ନରେନ୍ଦ୍ର ମହଲାକୁ ଗୋଟିଏ ଜେସିବି ମାଧ୍ୟମରେ ଉଚ୍ଛେଦ କରାଯାଇଛି । ତେବେ ଉଚ୍ଛେଦ କାର୍ଯ୍ୟରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ମାଜିଷ୍ଟ୍ରେଟ ଏବଂ ଓବିସିସି ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.