thumbnail

By

Published : Jun 18, 2023, 4:23 PM IST

ETV Bharat / Videos

DIGITAL DIALOGUE: 'ପାଓ୍ବାରକଟ ନୁହେଁ, ଲାଭ ପାଇଁ ଚୋରି ଚାଲିଛି ବିଦ୍ୟୁତ'

ଭୁବନେଶ୍ବର: ଓଡ଼ିଶା ଭଳି ରାଜ୍ୟ ବଳକା ବିଦ୍ୟୁତର ରାଜ୍ୟ ନୁହେଁ । ଅଘୋଷିତ ବିଦ୍ୟୁତ କାଟ ହେଲା ଲାଭ ପାଇଁ ବିଦ୍ୟୁତ ଚୋରି । ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଡିଜିଟାଲ ଡାଏଲଗରେ ଅଂଶଗ୍ରହଣ କରି ଏପରି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଦୁର୍ବଳ ଭିତ୍ତିଭୂମି କଥା ସରକାର ସ୍ବୀକାର କରିଥିବା ବେଳେ କାହିଁକି ଦୁର୍ବଳ ଭିତ୍ତିଭୂମି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଭିତ୍ତିଭୂମିର ବିକାଶ ପାଇଁ ଗତ 20 ବର୍ଷରେ 42ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହେଲା ରାଜ୍ୟ ସରକାର ତାର ହିସାବ ଦିଅନ୍ତୁ । ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ ରାଜ୍ୟ ସରକାର । 7ଟି ବାତ୍ୟା ପରବର୍ତ୍ତୀ ସମୟରେ ଯେଉଁ ମରାମତି କାମ କରାଗଲା ତାହା ଅତ୍ୟନ୍ତ ନିମ୍ନମାନର ହୋଇଥିଲା ବୋଲି ସିଏଜି ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି । କାହିଁକି ରାଜ୍ୟ ସରକାର ଓ କମ୍ପାନୀ ମିଳିତ ଭାବେ ନିମ୍ନମାନର କାମ କଲେ ତାର ତଥ୍ୟ ପ୍ରକାଶ କରନ୍ତୁ ସରକାର ।  ଟାଟା କମ୍ପାନୀ ମାସକୁ ମାସ ବିଲ ନେବା ସମୟରେ ତାରିଖ ନିର୍ଦ୍ଧାରଣ କରନ୍ତୁ ବୋଲି ପଞ୍ଚାନନ ଦାବି ରଖିଛନ୍ତି । କେବଳ ସେତିକି ନୁହେଁ ଅଣ୍ଡରଗ୍ରାଉଣ୍ଡ କେବୁଲିଂରେ ଭୁବନେଶ୍ବର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରାୟ 24 ହଜାର କୋଟି ଟଙ୍କା ଖର୍ଚ୍ଚ ହେଲା । କେବଳ ଭୁବନେଶ୍ବରରେ 2 ହଜାର କୋଟି ଟଙ୍କା ଖର୍ଚ୍ଚ ହେଲା । ହେଲେ ଏହା କେବେ କାର୍ଯ୍ୟକ୍ଷମହେବ ତାର ସୂଚନା କାହାରି ପାଖରେ ନାହିଁ । ରାଜ୍ୟ ସରକାର ତୁରନ୍ତ ଜଣାନ୍ତୁ ଏହି କେବୁଲିଂ କାମ ଶେଷ ହୋଇଥିବା ବେଳେ କେବେ କାର୍ଯ୍ୟକ୍ଷମ ହେବ । ଚୁକ୍ତି ମୁତାବକ ଯେତିକି ବିଦ୍ୟୁତ ଖର୍ଚ୍ଚ କରିବା କଥା ତାଠାରୁ ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଥିବାରୁ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ କରି ବିଦ୍ୟୁତ ଚୋରି କରୁଛି କମ୍ପାନୀ । କଂଗ୍ରେସ ମଧ୍ୟ ଆଗକୁ ରାଜରାସ୍ତାକୁ ଓହ୍ଲାଇବ । ବିଦ୍ୟୁତ କମ୍ପାନୀର ଅଫିସ ଘେରାଉ କରିବ ବୋଲି ସେ କହିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର  

ସାକ୍ଷାତକାର: ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡ଼ିଶା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.