thumbnail

By

Published : May 20, 2023, 8:56 PM IST

ETV Bharat / Videos

Digital Dialogue: ‘କଂଗ୍ରେସର ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିଛି, ଦଳୀୟ ଶୃଙ୍ଖଳା ଆଗରେ ସବୁ ଗୌଣ’

ଭୁବନେଶ୍ବର: କଂଗ୍ରେସର ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିଛି, ଦଳୀୟ ଶୃଙ୍ଖଳା ଆଗରେ ସବୁକିଛି ଗୌଣ । ସବୁ ଦଳରେ ଦଳୀୟ କନ୍ଦଳ ରହିଛି । କିନ୍ତୁ ଗଣମାଧ୍ୟମକୁ କେବଳ କଂଗ୍ରେସ ଦେଖାଯାଉଛି । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା । ଚିରଞ୍ଜୀବ ବିଶ୍ବାଳ ଦେଇଥିବା ବୟାନ ପ୍ରସଙ୍ଗରେ ଗଣେଶ୍ବର କହିଛନ୍ତି ସମସ୍ତଙ୍କର ଅଭିମତ ରହିଛି କିନ୍ତୁ ସେସବୁ କଥାକୁ ନେତାମାନେ ଦଳୀୟ ଫୋରମରେ କୁହନ୍ତୁ । ଆମର ଏକ ଲକ୍ଷ୍ମଣ ରେଖା ରହିଛି । ସବୁ କଥା ଗଣମାଧ୍ୟମ ସାମନାରେ ଆଲୋଚନା କରାଯାଇପାରିବ ନାହିଁ । ଦଳ ପାଇଁ ଯାହା ହିତକର ସେ କଥା କୁହନ୍ତୁ । ଯାହା କହୁଛନ୍ତି ତାହା ହିତକର କି ନାହିଁ ସେ କଥା ଚିନ୍ତା କରନ୍ତୁ ବୋଲି ଗଣେଶ୍ବର କହିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.