ଦାବି ପୂରଣ ନହେଲେ ରାଜଧାନୀରେ ଗର୍ଜିବେ ବିଦ୍ୟୁତ କର୍ମଚାରୀ - ସାରା ରାଜ୍ୟରେ ବିଦ୍ୟୁତ କର୍ମଚାରୀ ମାନଙ୍କ ଆନ୍ଦୋଳନ

🎬 Watch Now: Feature Video

thumbnail

By

Published : May 10, 2023, 7:04 PM IST

ଭବାନୀପାଟଣା: ଖରା ବର୍ଷା ଶୀତ କାକରରେ ଖଟି ଲୋକଙ୍କୁ କିଭଳି ବିଦ୍ୟୁତ ସୁବିଧା ମିଳିବ ସେଥିପାଇଁ ଜୀବନକୁ ବାଜି ଲଗାଇ କାମ କରିଥାଆନ୍ତି ବିଦ୍ୟୁତ କର୍ମଚାରୀ । ହେଲେ ସରକାର ସେହି ବିଦ୍ୟୁତ ବିଭାଗକୁ ଘରୋଇ କମ୍ପାନୀକୁ ଟେକି ଦେବା ଦିନଠାରୁ ନିଜ ହକ୍‌ରୁ ବଞ୍ଚିତ ବିଦ୍ୟୁତ କର୍ମଚାରୀ । ସରକାର ବିଦ୍ୟୁତ ବିଭାଗକୁ TPWODLକୁ  ହସ୍ତାନ୍ତର କରିଥିବା ବେଳେ ଏହି କମ୍ପାନୀ ଏବେ ନିଜ ଶ୍ରମିକମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ବାରମ୍ବାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବିଭିନ୍ନ ସମୟରେ ଧାରଣା ଓ ଆନ୍ଦୋଳନ କରି ଦାବି ଉପସ୍ଥାପନ କଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସାରା ରାଜ୍ୟରେ କଳା ବ୍ୟାଚ୍‌ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଦ୍ୟୁତ କର୍ମଚାରୀ ସଂଘ ।

ତେବେ ନିଖିଳ ଓଡିଶା ବିଦ୍ୟୁତ ଶ୍ରମିକ ସଂଘ ଓ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ସଙ୍ଘର ଡାକରା କ୍ରମେ ସାରା ରାଜ୍ୟରେ ବିଦ୍ୟୁତ କର୍ମଚାରୀମାନଙ୍କ ଆନ୍ଦୋଳନ ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ବିଦ୍ୟୁତ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଭବାନୀପାଟଣା ସମେତ ଜିଲ୍ଲା ସମସ୍ତ ୧୩ ଗୋଟି ବ୍ଲକରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳା ବ୍ୟାଚ୍‌ ପରିଧାନ କରି ଆନ୍ଦୋଳନ ଓହ୍ଲାଇଛନ୍ତି ହଜାର ହଜାର ବିଦ୍ୟୁତ ଶ୍ରମିକ । ଓପିଟିସିଏଲ ମ୍ୟାନେଜମେଣ୍ଟର ଶ୍ରମିକ ମାରଣ ଏବଂ ଟାଳଟୁଳ ନିତିର ବିରୁଧରେ ସାରା ଓଡ଼ିଶାର ବିଦ୍ୟୁତ ଶ୍ରମିକ କର୍ମଚାରୀଙ୍କର ଦରମାଗତ ଅସଙ୍ଗତ ଦୂର କରି କ୍ୟାଡ଼ର ରିଷ୍ଟ୍ରକଚରିଙ୍ଗ୍ କରିବା ସହିତ ୧.୪.୨୦୧୫ ପୂର୍ବରୁ ଲାଗୁ କରିବା ଓ ବେଆଇନ ଭାବେ କରିଥିବା ଚାକିରି ସର୍ତ୍ତାବଳୀକୁ ବାତିଲ କରିବା ସହ ତୁରନ୍ତ ନୂତନ ମଜୁରୀ ନିର୍ଦ୍ଧାରଣ କରିବା ଆଦି ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଦ୍ୟୁତ ଶ୍ରମିକ । ତେବେ ଆସନ୍ତା ୧୫ ତାରିଖ ମଧ୍ୟରେ ଏହି ଦାବି ପୂରଣ ନହେଲେ ରାଜ୍ୟ ରାଜଧାନୀର ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ TPWODL ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆନ୍ଦୋଳନକାରୀ ବିଦ୍ୟୁତ ଶ୍ରମିକମାନେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.