Delhi flood: ରିଲିଫ କ୍ୟାମ୍ପରେ ରାଜଧାନୀବାସୀ, ଦେଖନ୍ତୁ ଆକାଶମାର୍ଗରୁ ଦୃଶ୍ୟ
🎬 Watch Now: Feature Video
ନୂଆଦିଲ୍ଲୀ: ଯାହା ରାଜଧାନୀ ଦିଲ୍ଲୀରେ କେବେ ହୋଇନଥିଲା ତାହା ଚଳିତ ବର୍ଷାରେ ହେଲା । ବନ୍ୟାରେ ଉବୁଟୁବୁ ହେଲା ରାଜଧାନୀ । ଯମୁନାର ଜଳସ୍ତର ସର୍ବକାଳୀନ ରେକର୍ଡ ଅତିକ୍ରିମ କଲା । 45 ବର୍ଷର ରେକର୍ଡ ଭାଙ୍ଗି ଯମୁନା ଜଳସ୍ତର ଚଳିତବର୍ଷ 207.55 ମିଟର ଛୁଇଁ ବିପଦ ସଙ୍କେତ ପାର୍ କରିଥିଲା । ଏହା ପୂର୍ବରୁ 1978 ମହିହାରେ ଯମୁନାର ଜଳସ୍ତର 207.49 ମିଟର ଛୁଇଁଥିଲା । ଯମୁନା ନଦୀ ଜଳସ୍ତର ବୃଦ୍ଧି ଦିଲ୍ଲୀବାସୀଙ୍କୁ ସଙ୍କଟକୁ ବଢାଇବା ସହ ଦେଶର ରାଜଧାନୀ ଦିଲ୍ଲୀର ତଳିଆ ଅଞ୍ଚଳକୁ ବୁଡାଇ ଦେଇଥିଲା ।
ଏହା ମଧ୍ୟ ପଢନ୍ତୁ:- Delhi flood: 10 ହଜାର ବନ୍ଯା ପ୍ରଭାବିତ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ କେଜ୍ରିଓ୍ବାଲ
ଏବେ ଯମୁନା ଜଳସ୍ତର ହ୍ରାସ ପାଇବାରେ ଲାଗିଥିବା ବେଳେ ଏବେ ମଧ୍ୟ କିଛି ସ୍ଥାନ ଜଳବନ୍ଦୀ ହୋଇ ରହିଛି । ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି । ହେଲେ ଏବେ ମଧ୍ୟ ଅନେକ ବନ୍ୟା ବିପନ୍ନ ପରିବାର ସରକାରୀ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ଦେଖନ୍ତୁ ଭିଡିଓ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ