ସୁସ୍ଥ ସମାଜ ପାଇଁ ନିଶା ଏକ ବ୍ୟାଧି, ଯୁବ ପିଢିଙ୍କୁ କରିଥାଏ ପଥଭ୍ରଷ୍ଟ: ରାଷ୍ଟ୍ରପତି

By

Published : May 5, 2023, 3:50 PM IST

thumbnail

ରାଇରଙ୍ଗପୁର: ମୟୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଜାପିତା ଇଶ୍ବରୀୟ ବିଶ୍ବ ବିଦ୍ୟାଳୟର ନୂତନ ଶାଖାରେ ଯୋଗଦାନ କରି ନିଶାମୁକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ କହିଥିଲେ, ‘‘ଯୁବକଙ୍କୁ ପଥଭ୍ରଷ୍ଟ କରୁଛି ନିଶା । ସୁସ୍ଥ ସମାଜ ପାଇଁ ନିଶା ଏକ ବ୍ୟାଧି । ଯାହା ଯୁବବର୍ଗଙ୍କ ବୁଦ୍ଧି ବିବେକକୁ ଲୋପ କରିଦିଏ । ସେମାନେ ବାଟ ବଣା ହୋଇ ଭୁଲ ରାସ୍ତାକୁ ଚାଲିଯାନ୍ତି । ତେଣୁ ସମାଜ ନିଶା ମୁକ୍ତ ହେବା ଅତ୍ୟନ୍ତ ଆବଶ୍ୟକୀୟ ।’’ ନିଶା ମୁକ୍ତ ସମାଜ ଗଠନ କରିବା ଦିଗରେ ସମସ୍ତେ ସହାୟତାର ହାତ ବଢ଼ାଇବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ଏହାସହ ନିଶାଗ୍ରସ୍ତ ଲୋକଙ୍କୁ କିପରି ନିଶାରୁ ଦୁରେଇ ସୁସ୍ଥ ଜୀବନ ଅତିବାହିତ କରିବେ ସେନଇ ନେଇ ଉପଦେଶ ଦେଇଛନ୍ତି । ସେଠାରେ ରାଜ୍ୟପାଳଙ୍କ ଓ ପ୍ରଜାପିତା ବ୍ରହ୍ମ କୁମାରୀ ବିଶ୍ଵ ବିଦ୍ୟାଳୟର ପ୍ରାୟ ସମସ୍ତ ଶାଖାର ସଦସ୍ୟମାନେ ଉପସ୍ଥିତ ଥିଲେ । 

ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.