Balangir Royal Family Feud: ଦେଖନ୍ତୁ ଅର୍କେଶ ଓ ପତ୍ନୀ ଅଦ୍ରିଜାଙ୍କ ଝଗଡା ଭିଡିଓ

By

Published : May 16, 2023, 2:33 PM IST

Updated : May 16, 2023, 3:07 PM IST

thumbnail

ଡେରାଡୁନ: ଦାଣ୍ଡରେ ପଡି ହାଟରେ ଗଡୁଛି ବଲାଙ୍ଗୀର ରାଜ ପରିବାରର କଳି  । ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପତ୍ନୀ ଅଦ୍ରିଜା ସିଂହଦେଓ । ଅଦ୍ରିଜା ନିଜ ସ୍ବାମୀଙ୍କ ସମେତ ଶାଶୁଘର ଲୋକଙ୍କ ବିରୋଧରେ ଯୌତୁକ, ମାରପିଟ ଓ ଘରୋଇ ହିଂସା ଅଭିଯୋଗ କରିଛନ୍ତି  । ଏହି ହାଇପ୍ରୋଫାଇଲ ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାରି ଭିତରେ ଅର୍କେଶ ଓ ପତ୍ନୀଙ୍କ ଝଗଡା ସମୟର ଭିଡିଓ ସାମ୍ନାକୁ ଆସିଛି  । ଏଥିରେ ଦେଖାଯାଇଛି ଯେ, କୌଣସି ରୁମ୍‌ରେ ତାଲା ଲଗାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେଉଛି । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହିଥିଲେ ହେଁ ଗୋଟିଏ ପାର୍ଶ୍ବରେ ଛିଡା ହୋଇ କେବଳ ଦୁଇ ପକ୍ଷର ଝଗଡା ଦେଖୁଛି  । ଅନ୍ୟପଟେ ଅର୍କେଶ ମଧ୍ୟ ପତ୍ନୀ ଅଦ୍ରିଜାଙ୍କ ବାପା ତାଙ୍କୁ ଧମକ ଦେଉଥିବାର ଅଭିଯୋଗ କରିଛନ୍ତି  । କହିରଖୁଛୁ କି, ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂଙ୍କ ନାତୁଣୀ  । ୨୦୧୭ ନଭେମ୍ବର ୨୩ରେ ସେ ଓଡିଆ ରାଜପରିବାରର ରାଜକୁମାର ଅର୍କେଶଙ୍କୁ ବିବାହ କରିଥିଲେ  ।  

Last Updated : May 16, 2023, 3:07 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.