ଦମ୍ପତି ପାଳିଲେ କୁକୁର ଜନ୍ମଦିନ: ବାଜିଲା DJ, ଜମିଲା ଭୋଜିଭାତର ଆସର - କୁକୁର ପାଇଁ ବଡ଼ ଆୟୋଜନ
🎬 Watch Now: Feature Video
ଲକ୍ଷ୍ନୌ: ସାଧାରଣତଃ ଲୋକେ ନିଜ ସନ୍ତାନ ବା ପରିବାର ବର୍ଗଙ୍କ ଜନ୍ମଦିନ ଉତ୍ସବ ପାଳନ କରନ୍ତି । ଏହାସହିତ ଅତିଥିଙ୍କ ଲାଗି ଭୋଜିଭାତର ମଧ୍ୟ ଆୟୋଜନ କରନ୍ତି । ହେଲେ ସମୟ ବଦଳିବା ସହିତ ଲୋକଙ୍କ ସଉକ ମଧ୍ୟ ବଦଳିଛି । ଏବେ ଲୋକେ ନିଜ ପୋଷା କୁକୁର ବା ଅନ୍ୟାନ୍ୟ ଜୀବଜନ୍ତୁକୁ ଘରର ସଦସ୍ୟ ଭାବେ ମାନି ତାଙ୍କ ପାଇଁ ମଧ୍ୟ ଜନ୍ମଦିନର ଉତ୍ସବ ପାଳନ କରୁଛନ୍ତି । ଏପରି ଏକ ଘଟଣା ଉତ୍ତରପ୍ରଦେଶ ବରେଲି ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠି ଏକ ଦମ୍ପତି ନିଜ ପୋଷା କୁକୁରଙ୍କ ଜନ୍ମଦିନ ବହୁ ଧୁମଧାମରେ ପାଳନ କରିଛନ୍ତି । ବୋହିତ ଗାଁର ଦମ୍ପତି ରେଣୁ ଓ ଶ୍ୟାମ ବିହାରୀଙ୍କ ୨ଟି କୁକୁରକୁ ଆଜି ୧ ବର୍ଷ ପୁରିଥିବାରୁ ସେମାନେ ଏହି ସେଲିବ୍ରେସନ କରିଛନ୍ତି । କେକ୍ କାଟିବା ସହ ନାଚଗୀତ ଓ ଖାଦ୍ୟପାନୀୟର ବ୍ୟବସ୍ଥା କରିଛନ୍ତି । ଅତିଥିମାନେ ଘରକୁ ଆସିବା ସମୟରେ ଏହି ପୋଷା କୁକୁରଙ୍କ ପାଇଁ ଉପହାର ମଧ୍ୟ ଆଣିଛନ୍ତି । ଏହି ୨ କୁକୁରଙ୍କ ନାମ ହେଉଛି ଲାଲୁ ଓ ଭୁରା । ଘରର ପ୍ରତ୍ୟେକ ସଦସ୍ୟ ଏମାନଙ୍କୁ ବହୁତ ସ୍ନେହ ଆଦର କରନ୍ତି ବୋଲି କହିଛନ୍ତି ରେଣୁ ।