ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, ଚାଷୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ - ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଚାଷୀଙ୍କୁ ପ୍ରୋତ୍ସାହନ
🎬 Watch Now: Feature Video
Published : Nov 21, 2023, 6:45 AM IST
ରାୟଗଡା: ପ୍ରାଣୀ ପାଳକ ଓ ମତ୍ସ୍ୟଚାଷୀ ଭାଇଭଉଣୀଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟ ନେଇ ରାୟଗଡା ସହର ସ୍ଥିତ ଜିସିଡି ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପାଣି ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳା 2 ଦିନ ଧରି ହେବାକୁ ଥିବାବେଳେ ସୋମବାର ଆଦିବାସୀ ଓ ହରିଜନ ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଏହାର ଉଦଘାଟନ କରିଛନ୍ତି । ମେଳାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ସହ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗକୁ ଜୀବନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ପ୍ରଦର୍ଶନ କରାଯାଇଛି । ଏଥିରେ ରାୟଗଡ଼ା ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଧରେ ଆଲୋଚନା କରାଯାଇଛି । ପ୍ରାଣୀ ପାଳନ ଓ ମତ୍ସ୍ୟଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞମାନେ ଉପଯୋଗୀ ପରାମର୍ଶ ପ୍ରଦାନ କରିବା ସହ ସଫଳ ଚାଷୀମାନଙ୍କୁ ମଞ୍ଚରେ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ଉପାନ୍ତ ଅଞ୍ଚଳରେ ପହଞ୍ଚିବ ଔଷଧ, ସ୍ଵାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କର ଶୁଭାରମ୍ଭ
ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରାଣୀ ପାଳକ ଓ ମତ୍ସ୍ୟଚାଷୀ ଭାଇଭଉଣୀଙ୍କୁ ଉତ୍ସାହିତ କରିବା । ଆଜି(ମଙ୍ଗଳବାର) ଏହି ମେଳାର ଉଦଯାପନୀ ହେବାକୁ ସ୍ଥିର ହୋଇଥିବା ବେଳେ ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ରାୟଗଡ ବ୍ଲକ ଅଧ୍ୟକ୍ଷା ଟୁନି ମାଝୀ, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ଭାସ୍କର ରୋଇତ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ମେଳାର ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡ଼. ହାଡ଼ିବନ୍ଧୁ ଭୋଇଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଛି ।
ଇଟିଭି ଭାରତ, ରାୟଗଡ଼ା