thumbnail

By ETV Bharat Odisha Team

Published : Nov 10, 2023, 5:23 PM IST

ETV Bharat / Videos

Dhanteras 2023: ରାଜଧାନୀର ସୁନା ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼

ଭୁବନେଶ୍ବର: ଆଜି ଶୁଭ ଧନତେରସ । ସାଧାରଣତଃ ଏହି ଦିନରେ ସୁନା ବା ଧାତୁର ଆଭୂଷଣ କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ବିଶ୍ଵାସକୁ ନେଇ ମହିଳାମାନେ ସୁନା ଅଳଙ୍କାର କିଣି ପିନ୍ଧିବାର ପରମ୍ପରା ରହିଛି । ଧନତେରସ ଅବସରରେ ରାଜଧାନୀର ଗହଣା ଦୋକାନ ଗୁଡିକରେ ସୁନା ଅଳଙ୍କାର କିଣିବାକୁ ଭିଡ ଦେଖିବାକୁ ମିଳିଛି । ସୁନା ଚେନ, ମୁଦି, ଲକେଟ୍‌, ହାର, କଙ୍କଣ ଭଳି ସୁନା ଜିନିଷ ସବୁ କିଣି ଘରକୁ ନେଉଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ରାଜଧାନୀରେ ଦୀପାବଳି ପାଇଁ BMCର ପ୍ରସ୍ତୁତି, ମିିଠାର ଗୁଣବତ୍ତା ଯାଞ୍ଚ କରିବ ସ୍ୱତନ୍ତ୍ର ଟିମ

ଆଜି ଆଉ କାଲି ୨ ଦିନ ଧରି ଏହି ଧନତେରସ ପାଇଁ ସୁନା କିଣିବାର ବିଧି ରହି ଥିବାବେଳେ ରାଜଧାନୀର ବିଭିନ୍ନ ସୋ'ରୁମରେ ଲାଗିଛି ଗ୍ରହକାଙ୍କ ଭିଡ । ଆକର୍ଷଣୀୟ ଅଫର ସହ ସୁନା ଓ ହୀରା ଉପରେ ଥିବା ରିହାତିକୁ ବିଭିନ୍ନ ଡ଼ିଜାଇନର ସୁନା ଅଳଙ୍କାର କିଣିନେଉଛନ୍ତି ରାଜଧାନୀବାସୀ । ଧନତେରରସ ଭଳି ପବିତ୍ର ଦିନରେ ସୁନା କିଣି ଗ୍ରାହକ ଖୁସି ଥିବାବେଳେ ଭଲ ବ୍ୟବସାୟକୁ ନେଇ ଆଶାବାଦୀ ବ୍ୟବସାୟୀ । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.