thumbnail

By ETV Bharat Odisha Team

Published : Nov 10, 2023, 9:43 PM IST

ETV Bharat / Videos

Dhanteras 2023: ସୁନା କିଣିବାକୁ ଅଳଙ୍କାର ଦୋକାନରେ ଖଚାଖଚ୍‌ ଭିଡ

ଢେଙ୍କାନାଳ: ଆଜି ଧନତେରସ ତଥା ଧନ୍ଵନ୍ତରି ଜୟନ୍ତୀ । ଧନତେରସରେ ସୁନା ଗହଣା କିଣିଲେ ଘରକୁ ବର୍ଷ ତମାମ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି l ଏଥିପାଇଁ ଢେଙ୍କାନାଳ ସହରରେ ଥିବା ବିଭିନ୍ନ ସୁନା ଅଳଙ୍କାର ଦୋକାନ ମାନଙ୍କରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l ମହିଳା ଓ ପୁରୁଷ ଗ୍ରାହକମାନେ ଦୋକାନରୁ ନିଜ ମନ ମୁତାବକ ସୁନା ଅଳଙ୍କାର କିଣୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀମାନେ ଭଳିକି ଭଳିକି ଡିଜାଇନର ଗହଣା ସାଙ୍ଗକୁ ସୁନା ରେଟ ଓ ଗଢା ମଜୁରୀ ଉପରେ ଆକର୍ଷଣୀୟ ଅଫର ମାନ ରଖିଥିଲେ l 

ଏହାମଧ୍ୟ ପଢନ୍ତୁ.. Dhanteras 2023: ଧନତେରାସରେ ସୁନା କିଣିବା ସମୟରେ ଧ୍ୟାନରେ ରଖନ୍ତୁ ଏହି କଥା, ନଚେତ ଅନେକ ସମସ୍ୟାର ହେବେ ସମ୍ମୁଖୀନ

ତେବେ ପୌରାଣିକ କଥାବସ୍ତୁ ଅନୁସାରେ, ଆଜିର ଦିନରେ ସମୁଦ୍ର ମନ୍ଥନରୁ ମାଆ ଲକ୍ଷ୍ମୀଙ୍କର ଆବିର୍ଭାବ ହୋଇଥିଲା l ଆଜିର ଦିନକୁ ଧନ୍ବେନ୍ତରି ଜୟନ୍ତୀ ତଥା ଧନତେରସ ଭାବେ ପାଳନ କରାଯାଉଛି l ପୂର୍ବରୁ ଓଡିଶା ବାହାରେ ଏହାକୁ ପାଳନ କରାଯାଉଥିଲା l ଧୀରେ ଧୀରେ ଓଡିଶାବାସୀମାନେ ମଧ୍ୟ ଏହାକୁ ପାଳନ କରୁଛନ୍ତି l ଆଜି ଢେଙ୍କାନାଳ ସହରର ବିଭିନ୍ନ ଜୁଏଲାରୀରେ ଦିନ ତମାମ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଥିଲା l 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.