ମହାପ୍ରଭୁଙ୍କ ଭଜନ ଗାନ କରି ନିଆରା ଢଙ୍ଗରେ ଭକ୍ତି ଅର୍ଘ୍ୟ ଅର୍ପଣ କଲେ ଭକ୍ତ

By

Published : Jun 29, 2023, 1:46 PM IST

thumbnail

ପୁରୀ: ରଥ ଆଗରେ ମହାପ୍ରଭୁଙ୍କ ଭଜନ ଗାନ କରି ନିଆରା ଢଙ୍ଗରେ ଭକ୍ତି ଅର୍ଘ୍ୟ ଅର୍ପଣ କରିଛନ୍ତି ଭକ୍ତ । ଆଜି ମହାପ୍ରଭୁଙ୍କ ସୁନାବେଶ । ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଏବେ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାରରେ ରଥାରୁଢ଼ ମହାପ୍ରଭୁଙ୍କୁ ସକାଳୁ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ । ସେହିପରି ରାଜ ତ୍ରିପାଠୀ ନାମକ ଜଣେ ଭକ୍ତ ନିଆରା ଢଙ୍ଗରେ ନିଜର ଭକ୍ତି ଅର୍ଘ୍ୟ ମହାପ୍ରଭୁଙ୍କୁ ଅର୍ପଣ କରିଛନ୍ତି । ବିଶିଷ୍ଟ କଣ୍ଠଶିଳ୍ପୀ ଭିକାରୀ ବଳଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା 'ଷାଠିଏ ପଉଟି ଭୋଗ ' ଗୀତକୁ ଅତି ସୁନ୍ଦର ଭାବେ ମହାପ୍ରଭୁ ରଥ ଆଗରେ ଗାନ କରି ନିଜର ଭାବ ମହାପ୍ରଭୁଙ୍କୁ ପରିପ୍ରକାଶ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ, ମହାପ୍ରଭୁ ହେଉଛନ୍ତି ତାଙ୍କ ଜୀବନ । ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରି ଅତ୍ୟନ୍ତ ଖୁସି ଓ ନିଜକୁ ଧନ୍ୟ ମନେ କରିଛନ୍ତି । ସେ ସବୁବେଳେ ମହାପ୍ରଭୁଙ୍କ ଆଗରେ ଭଜନ ଗାନ କରନ୍ତି । ଏମିତି ମହାପ୍ରଭୁଙ୍କ ପାଇଁ ଭଜନ ଗାଇବା ପାଇଁ ସବୁବେଳେ ଆଶୀର୍ବାଦ ଦେଇଥାନ୍ତୁ ବୋଲି କହିଛନ୍ତି ।

 
ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.