ମାଲକାନଗିରିରେ ବୋଇତ ବନ୍ଦାଣ ଉତ୍ସବ, ବଡି ଭୋରରୁ ଡଙ୍ଗା ଭସାଇଲେ ପିଲାଠୁ ବୁଢା - ମାଲକାନଗିରିରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

🎬 Watch Now: Feature Video

thumbnail

By

Published : Nov 8, 2022, 7:45 AM IST

Updated : Feb 3, 2023, 8:31 PM IST

ଆଜି କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସର ଶେଷ ଦିନରେ ଆଜି ବଡି ଭୋରରୁ ମାସ ସାରା ହବିଷ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ବ୍ରତ ଉଦଯାପନ କରନ୍ତି । ମାଲକାନଗିରିର ବିଭିନ୍ନ ସ୍ଥାନରେ ଏହି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ମାଲକାନଗିରିରେ ଆବାଳ ବୃଦ୍ଧା ବନିତା ବିଭିନ୍ନ ଜଳାଶୟରେ ବୁଡ ପକାଇ କଦଳୀ ବାସୁଙ୍ଗା ବା ସୋଲି ତିଆରି ଡଙ୍ଗାରେ ଦୀପ ଜାଳି ଓ ସେଥିରେ ପାନଗୁଆ ଥୋଇ ପାଣିରେ ଭସାଇଛନ୍ତି । ଆ-କା-ମା-ବୈ, ପାନ ଗୁଆ ଥୋଇ, ଗୀତ ଗାଇ ମହିଳା ଓ ଛୋଟ ଛୋଟ ପିଲାମାନେ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି । ତେବେ ଆଜି ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ବଡି ଭୋରରୁ ସହରର ବିଭିନ୍ନ ଜଳାଶୟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । କିମ୍ବଦନ୍ତୀ ଅନୁଯାୟୀ, ପୂର୍ବକାଳରେ ଆମେ ଓଡିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବଣିଜ କରିବାକୁ ବୋଇତରେ ବିଦେଶ ଯାଉଥିଲେ । ପୁଣି ବାଣିଜ୍ୟ ସାରି ଆଷାଢରେ ଫେରୁଥିଲେ । ସେହି ସାଧବପୁଅଙ୍କ ବୋଇତ ଯାତ୍ରାଙ୍କୁ ସ୍ମରଣ କରିବ ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଉଥାଉ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.