thumbnail

ଆଜି କାର୍ତ୍ତିକ ପୂର୍ଣ୍ଣିମା, କଳାହାଣ୍ଡି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

By ETV Bharat Odisha Team

Published : Nov 27, 2023, 9:44 AM IST

ଭବାନୀପାଟଣା: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସ କାର୍ତ୍ତିକର ଶେଷ ଦିନ । ଓଡ଼ିଶାର ଧର୍ମୀୟ ଭାବନା ସହ ଜଡିତ କାର୍ତ୍ତିକ ପୂର୍ଣ୍ଣିମା । ଏନେଇ ଚଳଚଞ୍ଚଳ କଳାହାଣ୍ଡି । ସହରର ବିଭିନ୍ନ ପୋଖରୀ ଓ ନଦୀମାନଙ୍କରେ ବୋଇତ ବନ୍ଦାଣ କରିବା ସହିତ ପୂର୍ବ ପୁରୁଷମାନଙ୍କୁ ପୂଜାର୍ଚ୍ଚନା ଓ ତୁଳସୀ ବୃକ୍ଷ ମୂଳରେ ପୂଜା କରିଛନ୍ତି ଶ୍ରଦ୍ଧାଳୁ । ତେବେ ହିନ୍ଦୁ ଧର୍ମର ଯେଉଁ ସଂସ୍କୃତି, ଐତିହ୍ୟ ପରମ୍ପରାକୁ ବଜାୟ ରଖି ଶୁଭ ମନାସିବା ପାଇଁ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀ ମାନଙ୍କରେ ଡଙ୍ଗା ଭସାଇଛନ୍ତି । ଓଡ଼ିଶାରେ ଅତୀତର ସମୃଦ୍ଧ ନୌବାଣିଜ୍ୟର ପରମ୍ପରାକୁ ମନେ ପକାଇବାକୁ ପ୍ରତିଟି ଓଡ଼ିଆମାନେ ରାତିରୁ ଉଠି ସୂର୍ଯ୍ୟ ଉଦୟ ପୁର୍ବରୁ ବୋଇତ ଭସାଇଛନ୍ତି । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ପର୍ବକୁ ଉତ୍ସବ ମୁଖର ହୋଇ ଉଠିଛି ଜିଲ୍ଲା । କାର୍ତ୍ତିକ ମାସର ଆଜି ଶେଷ ଦିନ ହୋଇଥିବାରୁ ବିଭିନ୍ନ ଦେବାଦେବୀଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି । 

ଏହା ମଧ୍ୟ ପଢନ୍ତୁ-ପୁଷ୍କରିଣୀରେ ଭାସିଲା ରଙ୍ଗ ବେରଙ୍ଗର ଡଙ୍ଗା, କାର୍ତ୍ତିକ ପୂର୍ଣ୍ଣିମାରେ କାହିଁକି ଭସାଯାଏ ଡଙ୍ଗା ?

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.