thumbnail

By

Published : May 11, 2023, 5:21 PM IST

ETV Bharat / Videos

ମିମିକ୍ରି ମ୍ୟାନ ଦେବଦତ୍ତ: କୁନିପିଲାଠୁ ବିଲେଇ, ଅବିକଳ ନକଲ ସ୍ବରରେ କରୁଛନ୍ତି ଯାଦୁ

କଟକ: କଟକର ମିମିକ୍ରି ମ୍ୟାନ ଦେବଦତ୍ତ ସାମଲ । ଟିଭି ଓ ସୋସିଆଲ ମିଡ଼ିଆରେ ଆସୁଥିବା ସବୁ ଚରିତ୍ରମାନଙ୍କର ଅବିକଳ ନକଲ ସ୍ୱର ସହ ପଶୁପକ୍ଷୀଙ୍କ ସ୍ଵର କରିପାରୁଛନ୍ତି ଏହି ନିଆରା ମଣିଷ । ତାଙ୍କର ଏହି ପ୍ରତିଭାକୁ ବେଶ ସହଯୋଗ କରୁଛନ୍ତି ପରିବାର ଲୋକେ । କଟକ ସୁତାହାଟ ଅଞ୍ଚଳର ଦେବଦତ୍ତ ସାମଲ । ପେଶାରେ କଟକ ମହାନଗର ନିଗମର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ନିଶା ପଶୁପକ୍ଷୀ ଓ ଚର୍ଚ୍ଚିତ ସ୍ଵରଗୁଡ଼ିକର ଅବିକଳ କରିବା । ଦେବଦତ୍ତ କୁକୁଡ଼ା, ମୟୂର, କାଉ, ନଟିଆ, ମିକି ଡୋନାଲ୍ସ, ଛୋଟ ଛୁଆମାନଙ୍କର ସ୍ୱରକୁ ଅବିକଳ କରି କହି ଦେଇପାରନ୍ତି । 

ପିଲାଟି ବେଳରୁ ବାପାଙ୍କ ସହ କମାର ଶାଳରେ କାମ କଲା ବେଳେ ଟିଭିରେ ଦେଉଥିବା ଡୋନାଲ୍ଡ ଡକ କାର୍ଟୁନ ଦେଖି ସ୍ୱର ଅବିକଳ କରୁଥିବା ବେଳେ ବାପାଙ୍କଠାରୁ ମାଡ଼ ଖାଇଥିଲେ ଦେବଦତ୍ତ । ହେଲେ ତଥାପି ନିଶା ଛାଡ଼ି ନଥିଲା ତାଙ୍କର । ବିଭିନ୍ନ ସମୟରେ ପାର୍କ ଓ ନଦୀକୂଳରେ ବସି ପଶୁପକ୍ଷୀ ମାନଙ୍କର ଅବିକଳ ସ୍ୱର ବାହାର କରିବା ପାଇଁ ସେ ଚେଷ୍ଟା କରନ୍ତି । ଏହିଭଳି ଅନେକ ସମୟରେ ସେ ବହୁତ କାର୍ଯ୍ୟକ୍ରମଗୁଡିକୁ ଯାଇ ନିଜର ମିମିକ୍ରି ମାଧ୍ୟମରେ ସମସ୍ତଙ୍କ ମନୋରଞ୍ଜନ କରନ୍ତି । ହେଲେ ଏହାରି ଭିତରେ ଅନେକ ଦୁଃଖ ରହିଯାଇଛି ଦେବଦତ୍ତଙ୍କ ମନ ଭିତରେ । ସ୍ୱଳ୍ପ ଦରମା ଭିତରେ ଭଡ଼ା ଘରେ ରହି ତିନି ପ୍ରାଣୀ କୁଟୁମ୍ବଙ୍କୁ ନେଇ ଚାଲୁଥିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । 

ଏହା ବି ପଢନ୍ତୁ- ବାଲିଘାଟକୁ ନେଇ ବିବାଦ, ଧାରଣାରେ ବସିଲେ ସରପଞ୍ଚ

ଖାଲି ସେତିକି ନୁହେଁ ତାଙ୍କର ଡାହାଣ ହାତ ମଧ୍ୟ ଠିକ ସେ କାର୍ଯ୍ୟ କରେ ନାହିଁ । ହେଲେ ଦୃଢ଼ ମନୋବଳ ରଖି ଅଭିଭଳି କାର୍ଯ୍ୟ କରି ଚାଲିଛନ୍ତି ଦେବଦତ୍ତ। ଦେବଦତ୍ତଙ୍କ ଏହି ପ୍ରତିଭା ପାଇଁ ବେଶ ସହଯୋଗ କରନ୍ତି ତାଙ୍କର ପରିବାର ଲୋକେ । ତାଙ୍କର ପୁଅ ମଧ୍ୟ ତାଙ୍କଠାରୁ ଏହିଭଳି ମିମିକ୍ରି କରିବା ପାଇଁ ଚେଷ୍ଟା କରନ୍ତି। ଅନ୍ୟପଟେ ପଡିଶା ମଧ୍ୟ ଦେବଦତ୍ତଙ୍କ ଏହି ପ୍ରତିଭାକୁ ବେଶ ପ୍ରଶଂସା କରିଛନ୍ତି । ତେବେ ତାଙ୍କ ମଧ୍ୟରେ ଥିବା ଏପରି ନିଆରା କଳା ପାଇଁ କଟକରେ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି । ଅବିକଳ ମିମିକ୍ରି ମ୍ୟାନ ବୟସର ଅପରାହ୍ନରେ ଥିଲେ ମଧ୍ୟ ସମସ୍ତଙ୍କୁ ହସାଇବା ସହିତ ନିଜର ଇଚ୍ଛା ଓ ସ୍ୱପ୍ନ ଦିଗରେ ଆଗେଇ ଚାଲିଛନ୍ତି । 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.