ଶାନ୍ତି ଶୃଙ୍ଖଳାରେ ସରିଲା କଟକ ବାଲିଯାତ୍ରା, ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଲେ DCP - ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଲେ DCP
🎬 Watch Now: Feature Video
କଟକ: ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଐତିହାସିକ କଟକ ବାଲିଯାତ୍ରା (Cuttack Baliyatra end) । ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ବାଲିଯାତ୍ରା ଆୟୋଜନ କରାଯାଇଥିବାରୁ ବେଶ୍ ଉପଭୋଗ କରିଛନ୍ତି ଦର୍ଶକ । ଏଥର ବ୍ୟବସାୟ ମଧ୍ୟ ଖୁବ୍ ଜମିଛି । ଏହାରି ଭିତରେ ବାଲିଯାତ୍ରା ପାଇଁ ସମସ୍ତଙ୍କ ସୁରକ୍ଷା ଦାୟିତ୍ବରେ ଥିବା କମିଶନରେଟ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିବାକୁ ପଡିବ । କାରଣ ସେମାନଙ୍କ ଯୋଗୁଁ ସମସ୍ତେ ଶାନ୍ତିରେ ବାଲିଯାତ୍ରାର ଉପଭୋଗ କରି ପାରିଛନ୍ତି । ତେବେ ଏନେଇ କଟକ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଶାନ୍ତି ଶୃଙ୍ଖଳାର ସହ ବାଲିଯାତ୍ରା ଶେଷ ହୋଇଥିବାରୁ ସମସ୍ତ ପୋଲିସ କର୍ମଚାରୀ, ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ଡିସିପି । ୧୦ ଦିନ ଧରି ଚାଲିଥିବା ବାଲିଯାତ୍ରାରେ ଯଦିଓ ରେକର୍ଡ ସଂଖ୍ୟକ ଭିଡ଼ ଦେଖିବାକୁ ମିଳିଥିଲା ତେବେ କୌଣସି ଅଘଟଣ ଘଟିନଥିବା ସେ କହିଛନ୍ତି । ବିଶେଷକରି ଛିନତାଇ, ଚୋରି, ପକେଟମାର ଅଭିଯୋଗ କମ୍ ରହିଛି । ପୋଲିସର କଡ଼ା ନଜର ଯୋଗୁଁ ଏହି ମାମଲା ସଂଖ୍ୟା କମିଛି । ତଥାପି ପୋଲିସ ପାଇଁ ଦୁଇ ଦିନ ଟ୍ରାଫିକ ସମସ୍ୟା ଉପୁଜିଥିଲା ବୋଲି ଡିସିପି କହିଛନ୍ତି । ବାକି ଦିନମାନଙ୍କରେ ସୁରୁଖୁରୁରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଇଟିଭି ଭାରତ, କଟକ
Last Updated : Feb 3, 2023, 8:33 PM IST