thumbnail

ସିଏସପି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

By ETV Bharat Odisha Team

Published : Sep 14, 2023, 4:51 PM IST

ନବରଙ୍ଗପୁର :  ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ  କଲେ  ସି.ଏସ.ପି ସଂଘ ।  ଜିଲ୍ଲାରେ 10 ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରାୟ 12 ବର୍ଷରୁ ଉର୍ଦ୍ଧ୍ବ ହେବ SBI , CSP ସଭ୍ୟମାନେ ଗୋଟିଏ ସେଣ୍ଟର ଖୋଲି ଜନସାଧାରଣଙ୍କୁ ସରକାରଙ୍କ ସମସ୍ତ ଯୋଜନା ଯୋଗାଇ ଆସୁଛନ୍ତି l  ବର୍ତ୍ତମାନ ରାଜ୍ୟ ସରକାର ପକ୍ଷରୁ ରାଜ୍ୟର 4373 ପଞ୍ଚାୟତରେ ନୂତନ ଭାବେ SBI , CSP PLUS ସେଣ୍ଟର କରିବା ପାଇଁ ଯୋଜନା ହେଉଛି । ଏଥି ପାଇଁ  ନୂତନ ନିଯୁକ୍ତି ହେବ l ହେଲେ ପୂର୍ବରୁ ଏତେ ବର୍ଷ କାର୍ଯ୍ୟ କରି ଆସୁଥିବା CSP ସଭ୍ୟ ମାନଙ୍କୁ ସରକାର ଅବହେଳା କରୁଥିବାରୁ ସେମାନେ ଏହାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି l ତେଣୁ, ରାଜ୍ୟ ସରକାର ଯଦି SBI , CSP PLUS ଖୋଲୁଛନ୍ତି ତା ହେଲେ ସମସ୍ତ SBI CSP ସେଣ୍ଟରଙ୍କୁ ଏଥିରେ ସାମିଲ କରିବା ପାଇଁ ଅନୁରୋଧ ହୋଇଛି l ଯଦି SBI , CSP ସେଣ୍ଟରକୁ ଏଥିରେ ସାମିଲ କରା ନ ଯାଏତେବେ  ନୂତନ ସେଣ୍ଟର ଖୋଲିଲେ ଆନ୍ଦୋଳନ କରିବା ସହ ଧାରଣା ଦେବେ ବୋଲି SBI , CSP ସଂଘ ତରଫରୁ ଚେତାବନୀ ଦିଆଯାଇଛି l

  ଏହା ମଧ୍ୟ ପଢନ୍ତୁ- ଥଇଥାନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ନୋଟିସ, ଜିଲ୍ଲାପାଳଙ୍କୁ ଦାବିପତ୍ର

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.