ଆଇପିଏଲ୍‌ ୨୦୨୪ ଅକ୍ସନରେ ସନ୍ତୁଳିତ ହୋଇଛି ସବୁ ଦଳ: କ୍ରିକେଟ ସମୀକ୍ଷକ

By ETV Bharat Odisha Team

Published : Dec 20, 2023, 5:02 PM IST

thumbnail

କଟକ: ଦିନ ଗଣିବା ଆରମ୍ଭ କଲେଣି ଫ୍ୟାନ୍ସ । ରୋମାଞ୍ଚକର ହେବ ଆଇପିଏଲ୍‌ ୨୦୨୪ । ଦୁବାଇରେ ହୋଇଥିବା ଖେଳାଳି ନିଲାମୀ ପ୍ରକ୍ରିୟାରେ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ନିଜ ଦଳକୁ ବେଶ ମଜବୁତ କରିବା ପାଇଁ ଭରପୁର ପ୍ରୟାସ କରିଛନ୍ତି । ଅଷ୍ଟ୍ରଲିଆର ଦୁଇ ଷ୍ଟାର ମିଚେଲ ଷ୍ଟାର୍କ ଓ ପ୍ୟାଟ୍‌ କମିନ୍ସଙ୍କ ପାଇଁ ହୋଇଥିବା ରେକର୍ଡ ବ୍ରେକିଂ ବିଡ୍‌ ଏବେ ସବୁଠି ଚର୍ଚ୍ଚାରେ । ଷ୍ଟାର୍କଙ୍କୁ ସର୍ବାଧିକ ୨୪.୭୫ କୋଟି ଓ କମିନ୍ସଙ୍କୁ ୨୦.୫୦ କୋଟିରେ କିଣି ନିଜ ଦଳର ଷ୍ଟ୍ରେନ୍ଥ୍‌ ବଢ଼ାଇଛନ୍ତି କୋଲକାତା ଓ ହାଇଦ୍ରାବାଦ । ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଦଳକୁ ବେଶ ମଜବୁତ ଭାବରେ ଗଢ଼ିଛନ୍ତି । ଗୁଜୁରାଟ ଟାଇଟନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟ କିଛି ବଡ଼ ଖେଳାଳିଙ୍କୁ ସାମିଲ କରିଛନ୍ତି । ତେବେ ମୋଟାମୋଟି ଭାବରେ ସବୁ ଦଳ ଏବେ ବେଶ ମଜବୁତ। ଆଇପିଏଲ୍‌ ୨୦୨୪ରେ ହେବ ମହାଲଢ଼େଇ । ସବୁ ଟିମ୍‌ କେହି କାହାଠାରୁ କମ ନୁହଁନ୍ତି । ତେଣୁ ସେମି ଦୌଡ଼ କଥା କହିବା ମଧ୍ୟ କଷ୍ଟ ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.