thumbnail

ଧାର୍ମିକ କାର୍ଯ୍ୟକ୍ରମର ରାଜନୀତିକରଣ ଠିକ୍ ନୁହେଁ: ବୃନ୍ଦା କରାତ୍

By ETV Bharat Odisha Team

Published : Dec 26, 2023, 1:19 PM IST

ନୂଆଦିଲ୍ଲୀ: ଜାନୁଆରୀ 22ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଭବ୍ୟ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ନିର୍ମାଣ କାର୍ଯ୍ୟ । ଭବ୍ୟ ସମାରୋହ ପାଇଁ ବିଭିନ୍ନ ରାଜନୈତିକ ଦଳକୁ ଶ୍ରୀରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଥିବା ବେଳେ, ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବ ନାହିଁ ସିପିଆଇଏମ୍ । ସିପିଆଇଏମ ନେତ୍ରୀ ବୃନ୍ଦା କରାତ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, "ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିରର ପ୍ରତିଷ୍ଠା ଏବଂ ଧାର୍ମିକ ବିଶ୍ବାସକୁ ଆମେ ସମ୍ମାନ ଦେଉଛୁ । ମାତ୍ର ଧାର୍ମିକ କାର୍ଯ୍ୟକ୍ରମକୁ  ରାଜନୀତି ସହ ଯୋଡା଼ଯାଉଛି । ଏହା ଠିକ୍ ନୁହେଁ ଏବଂ ଗ୍ରହଣୀୟ ନୁହେଁ । "

ଏହା ମଧ୍ଯ ପଢ଼ନ୍ତୁ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ; ବିରୋଧୀ ନେତାଙ୍କୁ ଦିଆଗଲା ନିମନ୍ତ୍ରଣ

ଏହା ମଧ୍ଯ  ପଢ଼ନ୍ତୁ: 'ଅଯୋଧ୍ୟା ଜଙ୍ଗସନ'ର ଭବ୍ୟ ରୂପ, ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସଜେଇ ହେଉଛି ଷ୍ଟେସନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.