ଖାଉଟି ନିଷ୍ପେସିତ, ଆଇନ ଆଶ୍ରୟ ନେଲେ ମିଳିବ ସୁଫଳ: ଜିଲ୍ଲା ଆୟୋଗ

By

Published : Jul 2, 2023, 10:26 AM IST

thumbnail

କଟକ: କଟକର ଖାଉଟି ବିବାଦ ସମାଧାନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା । ଲୋକ ମାନଙ୍କ ମଧ୍ୟରେ କ୍ରୟ ବିକ୍ରୟ ଦିଗରେ ଅଧିକ ଜ୍ଞାନ ପ୍ରଦାନ କରିବା ବର୍ତ୍ତମାନ ବହୁତ ଦରକାରୀ ହୋଇପଡିଛି । ତେବେ ବର୍ତ୍ତମାନ ଯୁବପିଢ଼ିଙ୍କୁ ସଚେତନ ରହିବା ସହ ଦରକାର ପଡ଼ିଲେ ଆଇନ୍ ସାହାଯ୍ୟ ନେବାକୁ ବିଭାଗ ପକ୍ଷରୁ କୁହାଯାଇଛି । ଯାହା ଫଳରେ ସେମାନେ ଠକାମିର ଶିକାର ହେବେ ନାହିଁ । ତେଣୁ ଏନେଇ ବୈଠକରେ ଆଲୋଚନା କରାଯାଇଛି । ବୈଠକରେ ଉପସ୍ଥିତ କଟକ ଜିଲ୍ଲାପାଳ ମଧ୍ୟ ଏହି ଦିଗରେ ଗୁରୁତ୍ୱାରୋପ କରିଛନ୍ତି। କଟକରେ ଏଭଳି ସମସ୍ୟା ଓ ଅଭିଯୋଗ ବିଭାଗର ହସ୍ତଗତ ହେଉଛି ।  ବ୍ୟବସାୟୀର ମୂଲ୍ୟକୁ ନ ବୁଝି ଖାଉଟିମାନେ ବ୍ୟର୍ଥରେ ଜିନିଷ କିଣୁଛନ୍ତି । ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ଯେତେବେଳେ ଜିନିଷଟି ଖରାପ ପଡୁଛି ସେତେବେଳେ ସେ ଖାଉଟି ବୋର୍ଡରେ ଆସି ଅଭିଯୋଗ ଦାୟର କରୁଛି । ତେବେ ଏହା ହେବା ଅପେକ୍ଷା ସଚେତନ କାହିଁକି ଜଣେ ଖାଉଟି ନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଯେଉଁ ସାମଗ୍ରୀ ବି କିଣା ହେଉଛି ତାହାର ଉଚିତ ମୂଲ୍ୟ ସହ ଜିନିଷ ମଧ୍ୟ ପରଖି ଆଣିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି । 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.