କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ - ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

🎬 Watch Now: Feature Video

thumbnail

By

Published : Apr 20, 2023, 4:48 PM IST

ଜଗତସିଂହପୁର: କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ ସେଠାରେ ବିକ୍ଷୋଭ କରିଛନ୍ତି । ଅନ୍ୟପଟେ କଂଗ୍ରେସ ନେତାମାନେ କହିଛନ୍ତି ଯେ , କେନ୍ଦ୍ରରେ ଶାସନ କରୁଥିବା ନରେନ୍ଦ୍ର ମୋଦିଙ୍କ ସରକାର ବିରୋଧୀ ଦଳର ସ୍ୱର କୁ ଚପାଇ ଦେବାକୁ ହୀନ ଉଦ୍ୟମ କରି ଆସୁଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ଓ ED କୁ ନିଜ ହାତ ବାରିସ କରି ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ବିରୋଧୀ ଦଳର ନେତା ଙ୍କୁ ଟାର୍ଗେଟ କରା ଯାଉଛି। ଯାହା ଗଣତନ୍ତ୍ର ପାଇଁ ବିପଦ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ସେହିଭଳି ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଛି କଂଗ୍ରେସ । କଂଗ୍ରେସ କହିଛି ଯେ, ରାଜ୍ୟରେ ନବୀନ ସରକାର ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରି କମ୍ପାନୀ ପ୍ରୀତିରେ ବୁଡି ରହିଛନ୍ତି । ବେଆଇନ ଭାବେ ଘରୋଇ କମ୍ପାନୀଙ୍କୁ ଅହେତୁକ ଅନୁକମ୍ପା କଣ ପାଇଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହି ବିକ୍ଷୋଭ ପ୍ରଦର୍ଶନରେ କଂଗ୍ରେସ ର ସାଂସଦ ପ୍ରାର୍ଥୀ ପ୍ରତିମା ମଲ୍ଲିକ, ଜଗତସିଂହପୁର ପୌରାଧକ୍ଷ ଅର୍ଚ୍ଚନା ସିଂ, ପ୍ରଦେଶ କଂଗ୍ରେସ ସମ୍ପାଦକ ବିପ୍ଳବ ଚୌଧୁରୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, କଂଗ୍ରେସ ଉପ ସଭାପତି ସର୍ବେଶ୍ୱର ପଣ୍ଡା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.