କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ

By

Published : Apr 19, 2023, 4:51 PM IST

thumbnail

କେନ୍ଦୁଝର: କେନ୍ଦ୍ର ସରକାର ବ୍ୟବସାୟୀ ଅମ୍ବାନୀ ଓ ଆଦାନୀ ଦ୍ୱାରା ପରିଚାଳିତ । ତେଣୁ ବ୍ୟବସାୟୀଙ୍କୁ ସୁହାଇଲା ଭଳି ବିଭିନ୍ନ ପଲିସି ଲାଗୁ କରୁଛନ୍ତି । ଫଳରେ ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ବିଭେଦ ସୃଷ୍ଟି ହେଉଛି । ଏନେଇ ବେକାରୀ ସମସ୍ୟା ସାରା ଦେଶରେ ବୃଦ୍ଧି ପାଉଥିବା ସହିତ ଦୁର୍ନୀତିର ମାତ୍ରା ବଢି ଚାଲିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ ତାଙ୍କ ଲୋକସଭାର ସଭ୍ୟ ପଦ ରଦ୍ଦ କରାଗଲା । ଏଥିସହ କେନ୍ଦ୍ର ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ରାଜ୍ୟ ବିଜେଡି ସରକାର ଆପଣେଇ ନେଇଥିବା ଅଭିଯୋଗ କରିଛି କଂଗ୍ରେସ ।

ଅନ୍ୟପଟେ ରାଜ୍ୟରେ ବେଦାନ୍ତ ଜମି ଦୁର୍ନୀତି ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଥିବା ଅଭିଯୋଗ କରିଛି କଂଗ୍ରେସ । ଏନେଇ କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଡକା ଯାଇଛି । କେନ୍ଦୁଝର କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ନବୀନ ଓ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଥିଲେ କଂଗ୍ରେସ କର୍ମୀ । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ କଂଗ୍ରେସର ରାଜ୍ୟ ପଦାଧିକାରୀଙ୍କ ସହ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.