ମେଡିକାଲ କଲେଜ ପ୍ରତିଷ୍ଠା ଓ ସିଟି ହସ୍ପିଟାଲ ପାଇଁ କଂଗ୍ରେସର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର - ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 18, 2023, 10:07 PM IST

କେନ୍ଦ୍ରାପଡା: ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆଜି କଂଗ୍ରେସର ଆନ୍ଦୋଳନକୁ ଓହ୍ଲାଇଛି । କେନ୍ଦ୍ରାପଡା ଜିଲ୍ଲାକୁ ସବୁବେଳେ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗସ କରିଛି କଂଗ୍ରେସର । ତେଣୁ ଆଜି କଂଗ୍ରେସର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଜିଲ୍ଲାରେ ଏକ ମେଡିକାଲ କଲେଜ ଏବଂ ସହରରେ ସିଟି ହସ୍ପିଟାଲର ପ୍ରତିଷ୍ଠା କରିବା ପାଇଁ ଦାବି କରିଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
 

ସୂଚନା ଯୋଗ୍ୟ ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏକ ମେଡିକାଲ କଲେଜ ଏବଂ ସହରରେ ସିଟି ହସ୍ପିଟାଲର ପ୍ରତିଷ୍ଠା କରିବା ପାଇଁ ଦାବି କରାଯାଇଛି । ତେବେ ଜିଲ୍ଲାର ସମୂହ ସ୍ୱାର୍ଥ ପାଇଁ କଂଗ୍ରେସ ବାରମ୍ବାର ସ୍ୱର ଉଠାଇ ପ୍ରତିବାଦ କରିଥିବା ବେଳେ ତାହା ରାଜ୍ୟ ସରକାରଙ୍କ କର୍ଣ୍ଣପାତ ହେଉ ନଥିବା ଅଭିଯୋଗ ହୋଇଛି  । 

ଏହା ମଧ୍ୟ ପଢନ୍ତୁ...ଗଜପତି ମହାରାଜ ଆସ୍ଥା ବିଶ୍ବାସର ପ୍ରତୀକ, ସେ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଅଛନ୍ତି: ବିଜେପି

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଛନ୍ତି,"ଦୀର୍ଘ 23 ବର୍ଷ ହେଲାଣି ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲାକୁ ଅଣଦେଖା କରି ଆସୁଛନ୍ତି ।ଜିଲ୍ଲାରେ ଶିଳ୍ପ, ଶିକ୍ଷା,ସ୍ୱାସ୍ଥ୍ୟ ଭଳି ଅନେକ ସେବାରେ ଜିଲ୍ଲାର ଜନସାଧାରଣଙ୍କୁ ଅବହେଳା କରାଯାଇଛି । ଯାହାର ଜବାବ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡା ବାସୀ ଦେବେ ।"

ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ନାଥଶର୍ମା,ଚିନ୍ମୟ ବେହୁରା ପ୍ରମୁଖ ଉପସ୍ଥିତ ଥିବାବେଳେ ହଜାର ହଜାର କଂଗ୍ରେସ କର୍ମୀ ଗଣେଶ୍ୱର ବେହେରାଙ୍କ ବାସଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।
 

ଇଟିଭି ଭାରତ,କେନ୍ଦ୍ରାପଡା

For All Latest Updates

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.