PM Attack On Congress: ମିଳିତ ବିରୋଧୀ UPA ର ଅନ୍ତିମ ସଂସ୍କାର କରିଦେଲେ: ପ୍ରଧାନମନ୍ତ୍ରୀ - ଦେଶବାସୀଙ୍କର କଂଗ୍ରେସ ଉପରେ ଆଉ ଆସ୍ଥା ନାହିଁ
🎬 Watch Now: Feature Video
ନୂଆଦିଲ୍ଲୀ: ‘ଦେଶବାସୀଙ୍କର କଂଗ୍ରେସ ଉପରେ ଆଉ ଆସ୍ଥା ନାହିଁ । ଅହଙ୍କାର ଯୋଗୁଁ ସେମାନେ ବାସ୍ତବତା ଦେଖିପାରୁ ନାହାଁନ୍ତି । କଂଗ୍ରେସ ଏତେ ଅହଙ୍କାରରେ ରହିଛି ଯେ ନିଜ ସ୍ଥିତିକୁ ଦେଖି ପାରୁନାହିଁ । ସେଥିପାଇଁ ଦେଶର ଏକାଧିକ ପ୍ରଦେଶରେ କଂଗ୍ରେସ ଦୀର୍ଘ ବର୍ଷ ହେଲା କ୍ଷମତାକୁ ଆସିପାରୁନାହିଁ। ଆଜି ଏଭଳି ଢଙ୍ଗରେ କଂଗ୍ରେସକୁ ଲୋକସଭାରେ ଘେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି କହିଛନ୍ତି ଶେଷଥର ପାଇଁ ତାମିଲନାଡୁରେ କଂଗ୍ରେସ 1962 ମସିହାରେ ଜିତିଥିଲା । ଏହା ପରଠାରୁ ତାମିଲନାଡୁବାସୀ କଂଗ୍ରେସକୁ ‘ନୋ କନଫିଡେନସ’ କହିଛନ୍ତି । 1972 ମସିହାରେ ଶେଷଥର ପାଇଁ କଂଗ୍ରେସ ପଶ୍ଚିମବଙ୍ଗରେ ଜିତିଥିଲା । ଏହା ପରଠାରୁ ପଶ୍ଚିମବଙ୍ଗବାସୀ ‘କଂଗ୍ରେସ ନୋ କନଫିଡେନସ’ କହିଛନ୍ତି । ଉତ୍ତର ପ୍ରଦେଶ ବିହାର ଓ ଗୁଜରାଟରେ ମଧ୍ୟ କଂଗ୍ରେସ 1985 ଶେଷଥର ଜିତିଥିଲା । ଏହି ରାଜ୍ୟ ମଧ୍ୟ ‘ କଂଗ୍ରେସ ନୋ କନଫିଡେନସ’ କହିଛନ୍ତି । ଓଡିଶାରେ ମଧ୍ୟ କଂଗ୍ରେସ ଶେଷଥର 1995 ରେ ଶାସନ କରିଥିଲା । ହେଲେ 28 ବର୍ଷ ହେଲା ଓଡିଶାବାସୀ ମଧ୍ୟ ‘ କଂଗ୍ରେସ ନୋ କନଫିଡେନସ ’ ନୀତି ଧରିଛନ୍ତି ବୋଲି କହିଛନ୍ତି । ଏପରିକି ଦିଲ୍ଲୀ ଆନ୍ଧ୍ର ପ୍ରଦେଶ ବିଧାନସଭାରେ କଂଗ୍ରେସ ଖାତା ଖୋଲିବାକୁ ସମର୍ଥନ ହୋଇନାହିଁ ବୋଲି କହିଛନ୍ତି । ଏତତ ବ୍ୟତୀତ ପ୍ରାୟ ଦୁଇ ଦଶନ୍ଧୀ ତଳେ ଗଠନ ହୋଇଥିବା ଯୁପିଏର ଅକାଳ ମୃତ୍ୟୁକୁ ନେଇ ମଧ୍ୟ କଂଗ୍ରେସକୁ ସମାଲୋଚନା କରିଛନ୍ତି ମୋଦି । ଦେଖନ୍ତୁ କଣ କହୁଛନ୍ତି ପ୍ରଧାନମନ୍ତ୍ରୀ ।
ଏହାବି ପଢନ୍ତୁ- No Confidence Motion: ମୋଦିଙ୍କ ପୁଣି ଭବିଷ୍ୟତବାଣୀ, 2028 ରେ ବି ଆସିବ ଅବିଶ୍ବାସ ପ୍ରସ୍ତାବ
ଏହାବି ପଢନ୍ତୁ- No Confidence Motion: ‘2024 ରେ ସବୁ ରେକର୍ଡ ଭାଙ୍ଗି କ୍ଷମତା ବଜାୟ ରଖିବ BJP’
ଏହାବି ପଢନ୍ତୁ- No Confidence Motion: ଲୋକସଭାରେ କାଟ ଖାଇଲା ଅନାସ୍ଥା
ଏହାବି ପଢନ୍ତୁ- No Confidence Motion: ପ୍ରଥମରୁ କଣ କହିଲେ ପ୍ରଧାନମନ୍ତ୍ରୀ?