ବଜେଟ ଶ୍ରମିକ ଓ କୃଷକ ବିରୋଧୀ: ନରସିଂହ ମିଶ୍ର

By

Published : Feb 1, 2023, 11:02 PM IST

Updated : Feb 3, 2023, 8:39 PM IST

thumbnail

ବଲାଙ୍ଗୀର: କେନ୍ଦ୍ରୀୟ ବଜେଟ ଅତି ନୈରାଶ୍ୟ ଜନକ ଓ ଏହା କୃଷକ ତଥା ଶ୍ରମିକ ବିରୋଧୀ ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ତେବେ ଆଜି ବଲାଙ୍ଗୀରରେ ସେ କେନ୍ଦ୍ରୀୟ 2023- 24 ବର୍ଷ ବଜେଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହି କେନ୍ଦ୍ରୀୟ ବଜେଟ ନୈରାଶ୍ୟ ଜନକ ଶ୍ରମିକ ଓ କୃଷକ ବିରୋଧୀ ବୋଲି ସେ କହିଛନ୍ତି । ସେହିପରି ଏହି ବଜେଟରେ ମଧ୍ୟବିତ୍ତଙ୍କ ପାଇଁ ଅନେକ ପ୍ରବଧାନ କେବଳ ଲୋକ ଦେଖାଣିଆ ବୋଲି ସେ କହିଛନ୍ତି।  

ସେପଟେ କ୍ୟାପିଟାଲରେ ବୃଦ୍ଧି ଓ ରେଳକୁ ଆବଣ୍ଟିତ ହୋଇଥିବା ଅର୍ଥ ରାଶି କୁ ସେ ସ୍ୱାଗତ କରିଛନ୍ତି । ହେଲେ ତାହା କେବେ କାର୍ଯ୍ୟକାରୀ ହୁଏ ନାହିଁ ବା ଖର୍ଚ୍ଚ ହୁଏ ନାହିଁ । ତେଣୁ ଏଭଳି ଅଧିକ ଅର୍ଥ ଦେବା ଅର୍ଥହୀନ ବୋଲି ସେ କହିଛନ୍ତି । ସେହିପରି ଦେଶରେ 157ଟି ନର୍ସିଂ କଲେଜ ଖୋଲିବା ସ୍ୱାଗତ ଯୋଗ୍ୟ ତେବେ ଏହା ସଫଳ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ମନମୋହନ ସରକାର ଥିବା ବେଳେ ଏକ ପ୍ରସ୍ତାବ ପ୍ରାରିତ ହୋଇଥିଲା। ଯେଉଁଥିରେ ସବୁଠି ମେଡ଼ିକାଲ କଲେଜ ଖୋଲିବ ଓ କେନ୍ଦ୍ର ସରକାର ଏହାର ଖର୍ଚ୍ଚର 75 ପ୍ରତିଶତ ଓ ରାଜ୍ୟ ସରକାର 25 ପ୍ରତିଶତ ଦେବେ ବୋଲି ସ୍ୱାକ୍ଷରିତ ହୋଇଥିଲା। ହେଲେ ମୋଦି ସରକାର ଆସିବା ପରେ ତାକୁ ଖାରିଜ କରାଯାଇ ନୂଆ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା। ଯେଉଁଥିରେ କେନ୍ଦ୍ର 60 ପ୍ରତିଶତ ଓ ରାଜ୍ୟ 40 ପ୍ରତିଶତ ଖର୍ଚ୍ଚ ବହନ କରିବେ ବୋଲ ସରକାର ସ୍ଥିର କରିଥିଲେ।  

ତେବେ ମୋଦି ସରକାର ଯାହା କହନ୍ତି ତାହା ମଧ୍ୟ କରନ୍ତି ନାହିଁ ବୋଲି ସେ କହିଛନ୍ତି। ଏହିପରି ଦେଶର ନୀତି ଆୟୋଗ ଓଡିଶା ଚାଷୀ ମାସକୁ 5 ହଜାର 120 ଟଙ୍କା ରୋଜଗାର କରନ୍ତି ବୋଲି ରିପୋର୍ଟ ଦେଇଛନ୍ତି। ଏହାର ଅର୍ଥ ଓଡ଼ିଶାର ଚାଷୀ ଦୈନିକ 200 ଟଙ୍କାରୁ ମଧ୍ୟ କମ ରୋଜଗାର କରନ୍ତି। ଏବଂ ଏମାନଙ୍କର ଆୟ ବୃଦ୍ଧିର ବର୍ତ୍ତମାନର ବଜେଟ ରେ କୌଣସି ପ୍ରବଧାନ ନାହିଁ ବୋଲି ସେ କହିଛନ୍ତି। ସମାନ ଭାବରେ ଶ୍ରମିକ ଙ୍କୁ ମଧ୍ୟ ଏଥିରେ ଉପେକ୍ଷା କରା ଯାଇଥିବାର ସେ କହିଛନ୍ତି । ତେବେ ମୋଦି 2014 ରେ ପ୍ରଧାନ ମନ୍ତ୍ରୀ ହେବା ପରେ ବାର୍ଷିକ 2 କୋଟି ନିଯୁକ୍ତି ର କଥା ଦେଇଥିଲେ। ହେଲେ ଆଜିକୁ 9 ବର୍ଷ ବିତି ଥିବା ବେଳେ 18 କୋଟି ବଦଳ ରେ ଆଠ କୋଟି ରୋଜଗାର ମଧ୍ୟ ସେ ଦେଇ ପାରି ନ ଥିବାର କହିଛନ୍ତି। ସେହିପରି ଦେଶର ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ରୋକିବାକୁ ମଧ୍ୟ ଏଥିରେ କୌଣସି ପଦକ୍ଷେପ ନିଆ ଯାଇ ନାହଁ। ପେଟ୍ରୋଲିୟମ, ରନ୍ଧନ ଗେଶ, ଖାଇବା ତେଲ ଇତ୍ୟାଦିର ଦର କମାଇବା ପାଇଁ କୌଣସି ପ୍ରବଧାନ ଏଥିରେ ନାହିଁ। ତେଣୁ ଏହି ବଜେଟ ନୈରାଶ୍ୟ ଜନକ ବୋଲି ନରସିଂହ ମିଶ୍ର କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.