thumbnail

By

Published : Jan 29, 2023, 10:54 PM IST

Updated : Feb 3, 2023, 8:39 PM IST

ETV Bharat / Videos

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ, ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର

ବଲାଙ୍ଗୀର:  ଗୁଳିମାଡ଼ ପରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ସ୍ବାସ୍ଥ୍ୟମନ୍ତ୍ରୀ ନବ  ଦାସଙ୍କ ପରଲୋକ । ଡାକ୍ତରଙ୍କ ସମସ୍ତ ଉଦ୍ୟମ ଫେଲ ମାରିଲା । 61 ବୟସରେ ଆରପାରିକୁ ଚାଲିଗଲେ ନବ ଦାସ।  ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆକାଳ ବିୟୋଗରେ ମର୍ମାହତ ଓ ଦୁଃଖିତ ଥିବାର କହିଲେ କଂଗ୍ରେସ ବରିଷ୍ଠ ନେତା ନରସିଂହ । ଓଡ଼ିଶା ଜଣେ ଦକ୍ଷ ନେତାକୁ ହରାଇବା ସହ ଏସବୁ ପାଇଁ  ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ  କଲେ ନରସିଂହ ।  

ତେବେ ଓଡିଶା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ଗୁଳିକାଣ୍ଡରେ ଅକାଳ ବିୟୋଗ ଘଟିଛି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ତେବେ ତାଙ୍କର ଏହି ଅକାଳ ବିୟୋଗରେ ସେ ଖୁବ ମର୍ମାହତ ଓ ଦୁଃଖିତ ଥିବାର କହିଛନ୍ତି। ସେହିପରି ସେ ତାଙ୍କୁ ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରଛନ୍ତି। ତେବେ ଓଡିଶା ବାସୀ ଜଣେ ଦକ୍ଷ୍ୟ ନେତାଙ୍କୁ ହରାଇଥିବା ବେଳେ ତାଙ୍କ ଅଂଚଳ ବାସୀ ତାଙ୍କ ପ୍ରିୟ ନେତାଙ୍କୁ ହରାଇଥିବାର ସେ କହିଛନ୍ତି। ଏବଂ ସ୍ବର୍ଗତ ନବ ଦାସ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ। ତେବେ 2004 ମସିହାରୁ ତାଙ୍କର ନବ ଦାସଙ୍କ ସହିତ ଘନିଷ୍ଠତା ଥିଲା।  କଂଗ୍ରେସ ରେ ସେ ଥିବା ବେଳେ ଏହି ସମ୍ପର୍କ ଆହୁରି ସୁଦୃଢ଼ ହୋଇଥିଲା।  

ସେହିପରି 2019ରେ ସେ ବିଜେଡିରେ ଯୋଗ ଦେବା ସହ ମନ୍ତ୍ରୀ ହୋଇଥିଲେ। ହେଲେ ଏହା ସତ୍ତ୍ୱେ ମଧ୍ୟ ତାଙ୍କର ସମ୍ପର୍କ ଭଲ ଥିଲା ବୋଲି ସେ କହିଛନ୍ତି।  ସେ ଜଣେ ଏମିତି ଲୋକ ଥିଲେ ଯେ ସେ ଯେଉଁ ବ୍ୟବସାୟ ରାଜନୀତିରେ ହାତ ଦେଉଥିଲେ ସେଥିରେ ସେ ସଫଳ ହେଉଥିଲେ ବୋଲି ସେ କହିଛନ୍ତି। ତେବେ ତାଙ୍କର ମୃତ୍ୟୁ ସମସ୍ତଙ୍କ ପାଇଁ ଏକ ଅପୁରାଣୀୟ କ୍ଷତି ବୋଲି ସେ କହିଛନ୍ତି।

ସେହିପରି ଏହି ଘଟଣା ପାଇଁ ସେ ସିଧା ସଳଖ ମୁଖ୍ୟନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ସେ ବାରମ୍ବାର ବିଧାନ ସଭାରେ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିବା କଥା ଉଠାଇ ଆସୁଥିଲେ। ହେଲେ ସରକାର ଏଥିରେ କୌଣସି ପଦକ୍ଷେପ ନେଇ ନ ଥିଲେ। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ତାହା ପୁଣି ପୋଲିସ ଗୁଳିରେ ମୃତ୍ୟୁ ହେବା ଏହା ତାର ବଳିଷ୍ଠ ପ୍ରମାଣ ବୋଲି ସେ କହିଛନ୍ତି। ତେବେ ମୁଖ୍ୟ ମନ୍ତ୍ରୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ଥିବା ବେଳେ ସେ ଓଡିଶାବାସୀଙ୍କୁ ସ୍ବଚ୍ଛ ଶାସନ ଦିଅନ୍ତୁ ବୋଲି ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.