ପାଟକୁରା ପଲିଟିକ୍ସ: ଏଥର ଗ୍ରହଣୀୟ ହେବେ କି ବେଦୁଙ୍କ ପୁଅ ସଞ୍ଜୟ ?
🎬 Watch Now: Feature Video
Published : Jan 12, 2024, 1:28 PM IST
Patakura politics: କେନ୍ଦ୍ରାପଡ଼ା: ପାଟକୁରା ନିର୍ବାଚନ ମଣ୍ଡଳୀରେ ଶାସକ ଦଳରେ ଘଡ଼ିକେ ଘୋଡ଼ା ଛୁଟୁଥିବା ଚର୍ଚ୍ଚା ହେଉଛି । କା' ପାଇଥିବା ପ୍ରତିନିଧିଙ୍କୁ ଏବେ ବିଭିନ୍ନ ସ୍ଥାନରେ ବିରୋଧ ହେଉଥିବା ବେଳେ, ପ୍ରତିନିଧି କିନ୍ତୁ ଅଚଳ ଓ ସ୍ଥିର । ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପାଟକୁରା ବିଜେଡ଼ି ପ୍ରାର୍ଥୀନୀ ତଥା ଦିବଂଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରି ବିଜେପି ଦଳର ଭେଟେରାନ ନେତା ବିଜୟ ମହାପାତ୍ରଙ୍କୁ ପରାସ୍ତ କରିଥିଲେ । ଅନ୍ୟପଟେ ବିଜୟୀ ହେବା ପରେ ସାବିତ୍ରୀ ନିର୍ବାଚନ ମଣ୍ଡଳୀରୁ ଦୁରେଇ ରହିବା ସହ ପୁଅ ସଞ୍ଜୟ ଅଗ୍ରଓ୍ୱାଲଙ୍କୁ କମାଣ ଧରାଇଥିଲେ । ଅଘୋଷିତ ବିଧାୟକ ରୂପେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସାଜି ସଞ୍ଜୟ ନିର୍ବାଚନ ମଣ୍ଡଳୀରେ ବୁଲୁଥିବା ବେଳେ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀହିଁ ତାଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳିଛି ।
ଏହାମଧ୍ୟ ପଢନ୍ତୁ.. କେନ୍ଦ୍ରାପଡାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସଭାସ୍ଥଳରେ ଅଣ୍ଡାମାଡ଼
ଆଗାମୀ ନିର୍ବାଚନରେ ବିଧାୟିକା ପୁଣି ଟିକେଟ ପାଇବା ପାଇଁ ଆଶାବାଦୀ ଥିବା କହିଛନ୍ତି । ତେବେ ପ୍ରତିନିଧିଙ୍କୁ କେତେବେଳେ ଅଣ୍ଡାମାଡ଼ ତ ଆଉ କେତେବେଳେ ସିଧାସଳଖ ବିରୋଧ, ପାଟକୁରା ବିଜେଡି ପାଇଁ ମୁଣ୍ଡବଥାର କାରଣ ସାଜିଥିବା ଚର୍ଚ୍ଚା ହେଉଥିବା ବେଳେ, ଆଗକୁ ବିଜେଡିର ଆଭିମୁଖ୍ୟ କଣ ରହିବ ତା ଉପରେ ରହିଛି ନଜର।
ଇଟିଭି ଭାରତ,କେନ୍ଦ୍ରାପଡା