ସାବିତ୍ରୀ ଅମାବାସ୍ୟା: ଦୋକାନରେ ବିକ୍ରି ହେଉଛି ପଚାସଢା ଫଳ, ଚଢାଉ କଲା CMC - ଫଳ ଦୋକାନରେ ସିଏମସିର ରେଡ

🎬 Watch Now: Feature Video

thumbnail

By

Published : May 16, 2023, 4:38 PM IST

କଟକ: ଆଉ ମାତ୍ର ଦୁଇଦିନ ପରେ ସାବିତ୍ରୀ ଅମାବାସ୍ୟା । ଏଥିପାଇଁ ଫଳ ବଜାରରେ ଜବରଦସ୍ତ ଭିଡ । ଭଳିକୁ ଭଳି ଫଳ କିଣିବାରେ ସମସ୍ତେ ବ୍ୟସ୍ତ । ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ପକ୍ଷରୁ ବକ୍ସି ବଜାର ଅଞ୍ଚଳରେ ଥିବା ଫଳ ମାର୍କେଟ ଉପରେ ଚଢ଼ାଉ କରାଯାଇଛି । ଫଳ ଦୋକାନ ଓ ଗୋଦାମ ଉପରେ ଚଢାଉ କରି ପଚାସଢା ଫଳ ଗୁଡ଼ିକୁ ଜବତ କରାଯାଇଛି । ଏହାସହ ଟ୍ରେଡ ଲାଇସେନ୍ସ ଓ ଫୁଡ଼ ଲାଇସେନ୍ସର ଯାଞ୍ଚ ହୋଇଛି । କିଛି ବ୍ୟବସାୟୀଙ୍କ ଲାଇସେନ୍ସ ନଥିବାରୁ ସେମାନଙ୍କ ଉପରେ ଫାଇନ କରାଯାଇଛି । ଯେହେତୁ ବିଭିନ୍ନ ସ୍ଥାନ ମାନଙ୍କରେ କେତେକ ଅସାଧୁ ଫଳ ବ୍ୟବସାୟୀମାନେ ପଚାସଢ଼ା ଫଳ ବିକ୍ରି କରୁଥିବାର ଅଭିଯୋଗ ଆସୁଛି । ସେଥିପାଇଁ ଏହିଭଳି ନିୟମିତ ବ୍ୟବଧାନରେ ଚଢାଉ ଜାରି ରହିବ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ଏଭଳି ଚଢାଉ ଆବଶ୍ୟକ ବୋଲି ସ୍ଥାନୀୟ କର୍ପୋରେଟର ମତ ପ୍ରକାଶ କରିଛନ୍ତି । 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.