thumbnail

By ETV Bharat Odisha Team

Published : Aug 24, 2023, 7:57 AM IST

ETV Bharat / Videos

Chandrayaan on Moon: ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)। ଚନ୍ଦ୍ରରେ ପହଞ୍ଚିଛି ଚନ୍ଦ୍ରଯାନ 3 । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ 3 ସଫ୍ଟ ଲ୍ୟାଣ୍ଡିଂ ପରେ ସାରା ଦେଶରେ ଖୁସିର ମାହୋଲ । ଏହି ଉଲ୍ଲେଖନୀୟ ସଫଳତା ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜ୍ଞାନ କ୍ଷେତ୍ରରେ ଭାରତ ଅପୂର୍ବ ସଫଳତା ହାସଲ କରିଛି । ଏହି ଅଭିଯାନରେ ସାମିଲ ହୋଇଥିବା ସମସ୍ତ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। । ମହାକାଶ ବଗେଷଣା କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ଭାରତ । ଦୀର୍ଘ 50 ଦିନର ମହାକାଶ ଯାତ୍ରା ଶେଷ କରି ଗତକାଲି (ବୁଧବାର) ସଂଧ୍ୟା 6ଟା 4 ମିନିଟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର 4ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି ।

ଏହା ମଧ୍ୟ ପଢନ୍ତୁ- ଚନ୍ଦ୍ରଯାନ-୩ରେ ଓଡ଼ିଶାର ଅବଦାନ, CTTC କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସେଲିବ୍ରେସନ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.