ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ, ସାରା ଦେଶରେ ଝଲସୁଛି ଚର୍ଚ୍ଚ - ସାରା ଦେଶରେ ଝଲସୁଛି ଚର୍ଚ୍ଚ
🎬 Watch Now: Feature Video
Published : Dec 24, 2023, 9:40 PM IST
Churches Across Nation Decked Up ହାଇଦ୍ରାବାଦ: ରାତି ପାହିଲେ ବଡ଼ ଦିନ । ଆଉ ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ । ଏ ନେଇ ଚାରିଆଡ଼େ ଉତ୍ସବର ମାହୋଲ । ଖ୍ରୀଷ୍ଟମାସ ଡେ' ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମୁଖ୍ୟ ପର୍ବ ହୋଇଥିବା ବେଳେ ସାଧାରଣତଃ ଏହାକୁ ସାରା ବିଶ୍ବବାସୀ ବେଶ ଧୁମଧାମର ସହିତ ପାଳନ କରିଥାଆନ୍ତି । ଏହି ବିଶେଷ ଦିନକୁ ଆଉ କିଛି ଘଣ୍ଟା ଥିବା ବେଳେ ସାରା ଦେଶରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ସବୁ ଧର୍ମାବଲମ୍ବୀ ଲୋକେ ଏଥିଲାଗି ନିଜ ଘରକୁ ରଙ୍ଗବେରଙ୍ଗର ଆଲୋକମାଳା ଓ ଖ୍ରୀଷ୍ଟମାସ ଟ୍ରି'ରେ ସୁସଜ୍ଜିତ କରିଛନ୍ତି । ଦେଶର କୋଣ ଅନୁକୋଣରେ ଥିବା ଚର୍ଚ୍ଚଗୁଡ଼ିକ ମଧ୍ୟ ବେଶ ଆକର୍ଷଣୀୟ ଢଙ୍ଗରେ ସଜା ଯାଇଛି । ଦିଲ୍ଲୀର କାଥେଡ୍ରାଲ୍ କାଥୋଲିକ୍ ଚର୍ଚ୍ଚଠୁ ଆରମ୍ଭ କରି ଉତ୍ତରପ୍ରଦେଶ ପ୍ରୟାଗରାଜ, ରାଜସ୍ଥାନର ଅଲୱାର, ମେଘାଳୟର ସିଲଂ, କେରଳର କୋଚି ଆଦି ସ୍ଥାନରେ ଥିବା ପ୍ରସିଦ୍ଧ ଚର୍ଚ୍ଚଗୁଡ଼ିକର ସାଜସଜ୍ଜା ଦେଖଣାହାରୀଙ୍କୁ ଆକୃଷ୍ଟ କରୁଛି । ସମସ୍ତ ଚର୍ଚ୍ଚରେ ଏନ୍ତୁଡ଼ିଶାଳ ନିର୍ମାଣ କରାଯାଇ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରାଯାଇଛି । ସବୁକିଛି ପ୍ରସ୍ତୁତ ଥିବା ବେଳେ କେବଳ ସେହି ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା, ଯେତେବେଳେ ଯୀଶୁ ମଦର ମେରିଙ୍କ ଗର୍ଭରୁ ଜନ୍ମଗ୍ରହଣ କରିବେ । ତେବେ ଏହି ଅବସରରେ ଦେଖନ୍ତୁ ସାରା ଦେଶରୁ ସାମ୍ନାକୁ ଆସିଥିବା ଖ୍ରୀଷ୍ଟମାସ ସାଜସଜ୍ଜାର ଦୃଶ୍ୟ ।
ଏହା ବି ପଢନ୍ତୁୃ- ଖ୍ରୀଷ୍ଟମାସ ପାଇଁ ଉତ୍ସବମୁଖର ରାଜଧାନୀ, ଘୋଡ଼ାଗାଡ଼ିରେ ସହର ପରିକ୍ରମା କରିବ ସାଣ୍ଟା