ଭୁଶୁଡିଲା 1906 ମସିହାରେ ନିର୍ମିତ ପୁରାତନ ଚର୍ଚ୍ଚ - କୋରାପୁଟର ପୁରାତନ ଚର୍ଚ୍ଚ
🎬 Watch Now: Feature Video
କୋରାପୁଟ: ଭୀଷଣ ବର୍ଷା ଓ ବିଜୁଳି ଯୋଗୁଁ ଭୁସୁଡିଲା ଚର୍ଚ୍ଚ । କୋରାପୁଟ ସହରର ଜାତୀୟ ରାଜପଥ କଡ଼ରେ ଥିବା ଦ୍ଵିତୀୟ ସର୍ବ ପୁରାତନ ଚର୍ଚ୍ଚଟି ଏହାର ନିର୍ମାଣ ଶୈଳୀ ପାଇଁ ଚର୍ଚ୍ଚିତ ହୋଇ ରହିଆସିଛି । ଏହି ଚର୍ଚ୍ଚଟି 1906 ମସିହାରେ ନିର୍ମାଣ କରାଯାଇଥିଲା ବୋଲି ଏହି ଚର୍ଚ୍ଚର ଡିନ ବିରଞ୍ଚି ଖୋସଲା ଜଣାଇଛନ୍ତି । ସପ୍ତାହର ବିଭିନ୍ନ ଦିନ ଏହି ଚର୍ଚ୍ଚରେ ଶ୍ରଦ୍ଧାଳୁ ପ୍ରାର୍ଥନା କରୁଥିବା ଯୋଗୁଁ ଚର୍ଚ୍ଚର ପୁନଃ ନିର୍ମାଣ ହେବା ପର୍ଯ୍ୟନ୍ତ ନିକଟରେ ଥିବା ସଭାଗୃହରେ ପ୍ରାର୍ଥନା କରାଯିବ। ତେବେ ଏହି କାର୍ଯ୍ୟରେ ବହୁ ପରିମାଣର ଅର୍ଥ ଆବଶ୍ୟକ ହେଉଥିବା ଯୋଗୁଁ ସରକାରଙ୍କ ତରଫରୁ ସାହାଯ୍ୟ ସହଯୋଗ ପାଇଁ ଅନୁରୋଧ କରାଯିବ ବୋଲି କୁହାଯାଇଛି ।
ଇଟିଭି ଭାରତ, କୋରାପୁଟ
Last Updated : Feb 3, 2023, 8:28 PM IST