କ୍ଲାଉଡ୍ କିଚେନରୁ କାର ଖାନା; ରାଜଧାନୀରେ ମନ କିଣୁଛି ଦୁଇ ଯା’ଙ୍କ ହାତ ତିଆରି ଖାଦ୍ୟ - bhubaneswar news
🎬 Watch Now: Feature Video
Published : Jan 15, 2024, 10:39 PM IST
Car Khana In Bhubaneswar:ଭୁବନେଶ୍ୱର: ସ୍ବାବଲମ୍ବୀ ହେଉଛନ୍ତି ମହିଳା । ଖାଦ୍ୟ ପରସି ଖୁସି ସାଉଁଟୁଛନ୍ତି ଦୁଇ ଯା । ଯାହା ବର୍ତ୍ତମାନ ରାଜଧାନୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦୁଇ ଜଣ ମହିଳା ମିଶି ଆରମ୍ଭ କରିଛନ୍ତି କାର୍ ଖାନା । ଯେଉଁଠାରେ ଭଳିକି ଭଳି ଖଦ୍ୟାର ପସରା ମିଳିଥାଏ । ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି, ଏହି ଅବସରରେ ରାଜଧାନୀର କାର ଖାନାରେ ମକର ସ୍ପେଶିଆଲ ଖାଇବା ପ୍ରସ୍ତୁତ ହେଇଛ । ଯାହାକୁ ଖାଇବା ପାଇଁ ଗ୍ରହାକମାନଙ୍କ ଭିଡ ଦେଖିବାକୁ ମିଳିଛି । ଖାଦ୍ୟ ପ୍ରେମୀଙ୍କ ପସନ୍ଦ ଅନୁଯାୟୀ ରହଛି ମକର ଲଡୁ , ମକର ଚାଉଳ, ପୋଡପିଠା ,ସୁଜି ପିଠା ଆଉ କାକରା ଏବଂ ତା ସହ ରହିଛି ସ୍ଵାତିକ ଖାଦ୍ୟ ।
ତେବେ ଦୁଇ ଯା ନେହା ପାଣିଗ୍ରାହୀ ଓ ରଶ୍ମିତା ଦାସ ଏହି ନିଆରା କାର ଖାନାର ପସରା ରାଜଧାନୀରେ କିଛିଦିନ ହେବ ଖୋଲୁଥିବା ଦେଖିବାକୁ ମିଳିଛି । କେବଳ ୭୦ ଟଙ୍କାରେ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଦେଇ ଲୋକଙ୍କ ହୃଦୟ ଜିତି ପାରୁଛନ୍ତି । ଘରୁ ବାହାରି ଗୃହିଣୀଙ୍କ ହାତ ରନ୍ଧା ସମସ୍ତଙ୍କୁ ପରଷିବାକୁ ଚେଷ୍ଟା କରିଛନ୍ତି । ସେମାନେ ଘରୁ ରୋଷେଇ କରି କାରରେ ଆଣି ରାଜଧାନୀର ରାଜରାସ୍ତାରେ ବିକୁଥିବା ଦୃଶ୍ୟ ସମସ୍ତଙ୍କୁ ବେଶ ଆକର୍ଷିତ କରିଛି ।
ଏହା ମଧ୍ୟ ପଢନ୍ତୁ......ଘୋଡ଼ାରେ ଚଢ଼ି ଫୁଡ୍ ଡେଲିଭରି, ଭିଡିଓ ଭାଇରାଲ୍
ଇଟିଭି ଭାରତ , ଭୁବନେଶ୍ୱର