Watch: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର, ଡ୍ରାଇଭର ଉଦ୍ଧାର
🎬 Watch Now: Feature Video
ଜଗତସିଂହପୁର: କେନାଲ ଭିତକୁ ଖସିଲା କାର୍, ଗୁୁରୁତର ଭାବେ ଚାଳକ ଉଦ୍ଧାର । ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ସହରରେ । ଗୋଟିଏ କାର୍ ଭାରସାମ୍ୟ ହରାଇ ସହର ମଧ୍ୟରେ ପ୍ରବାହିତ ହୋଇଥିବା ୧୦ନମ୍ବର କେନାଲ ଭିତରକୁ ଖସି ପଡିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁୁରୁତର ଅବସ୍ଥାରେ ଡ୍ରାଇଭଙ୍କୁ ଉଦ୍ଧାର କରିଥିଲେ । ପରେ ଉକ୍ତ ଗାଡି ଚାଳକଙ୍କୁ ଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ ଜଗତସିଂହପୁର ସହରର ପୋଷ୍ଟ ଅଫିସ ଛକ ନିକଟରେ ଟ୍ୟାକ୍ସି ଷ୍ଟାଣ୍ଡରେ ଏକ କାର ରହିଥିଲା । କିଛି ସମୟ ପରେ କୌଣସି ଯାତ୍ରୀଙ୍କୁ ନେବାପାଇଁ ୧୦ ନମ୍ବର କେନାଲ ପୋଲ ଦେଇ ମୁଖ୍ୟ ରାସ୍ତାକୁ ଆସିବା ସମୟରେ ଭାରସାମ୍ୟ ହରାଇ କେନାଲ ପୋଲ ତଳକୁ ଖସି ପଡ଼ିଥିଲା । ଫଳରେ କେନାଲ ମଧ୍ୟରେ ପାଣି ବହୁତ ରହିଥିବାରୁ କାରଟି ଭାସି ଯାଇଥିଲା । ଏହା ସହ କାର ଭିତରେ ଥିବା ଡ୍ରାଇଭର ଜଣଙ୍କ ମଧ୍ୟ କାର ସହିତ ଭାସି ଯାଇଥିଲେ । ପରେ ସ୍ଥାନୀୟ ଲୋକେ କାର ଭିତରେ ଥିବା ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ । ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିଥିଲେ । ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତରଣ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ....ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ଏହା ପରେ କାରଟି କିଛି ବାଟ ଭାସି ଯାଇ ଏକ ପୋଲରେ ଲାଗିଥିବା ଦେଖିବାକୁ ମିଳିଛି । କାରଟି ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ପଡିବା ଫଳରେ କାର ଭିତରେ ଥିବା ଡ୍ରାଇଭର ଜଣଙ୍କ ଅଣ ନିଶ୍ୱାସୀ ହୋଇ ଯାଇଥିଲେ । ଡ୍ରାଇଭରକୁ ବଞ୍ଚାଇବାକୁ ଯାଇ କିଛି ଲୋକ କାରର କାଚକୁ ଭାଙ୍ଗିଥିଲେ । ଫଳରେ ଡ୍ରାଇଭ ଜଣକ ରକ୍ଷା ପାଇଯାଇଥିଲେ ।
ଇଟିଭି ଭାରତ,ଜଗତସିଂହପୁର