thumbnail

By

Published : Mar 5, 2023, 9:18 AM IST

ETV Bharat / Videos

ଖୁଣ୍ଟରେ ପିଟିହୋଇ ଜଳିଗଲା କାର, ୪ ଗୁରୁତର

ପୁରୀ: ଗୋବିନ୍ଦପୁରରେ ସଡକ ଦୁର୍ଘଟଣା । ରାସ୍ତାରେ ଥିବା ଏକ ଖୁଣ୍ଟରେ ପିଟିହୋଇ ଜଳିଗଲା କାର । ନିଆଁ ଲାଗିଯିବା ଯୋଗୁଁ ଚାଳକ ଆହତ ହୋଇଥିବା ସୂଚନା ମିଳିଛି । ଏହାସହ ଜଣେ ଛୋଟ ପିଲା ସହ ଜଣେ ମହିଳା, 2 ଜଣ ପୁରୁଷଙ୍କ ଅବସ୍ଥା ଗୁରୁତର ହୋବାରୁ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ସୂଚନା ଅନୁଯାୟୀ କାରଟି କୋଲକାତାରୁ ପୁରୀ ଆସୁଥିଲା । ସପନ ସରକାର ତାଙ୍କ ସମ୍ପର୍କୀୟଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ହେଲେ ବିରଗୋବିନ୍ଦପୁର ନିକଟରେ ହଠାତ୍ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ମାଡ ହୋଇ ଯାଇଥିଲା । ତେବେ କାରଟି ସୁଦୂର କୋଲକାତାରୁ ଆସିଥିବା ବେଳେ ଡ୍ରାଇଭର ଜଣଙ୍କ ଅନିଦ୍ରା ଥିବାରୁ ଆଖି ଲାଗି ଯାଇ ଏହି ଦୁର୍ଘଟଣା ଘଟିଥିଲା ଅନୁମାନ କରାଯାଉଛି । ସେପଟେ ଦୁର୍ଘଟଣା ବିଷୟରେ ଖବର ପାଇ ସତ୍ୟବାଦୀ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.