thumbnail

By

Published : Apr 2, 2023, 5:45 PM IST

ETV Bharat / Videos

NMACC Gala Day 2: ବଲିଉଡ ସେଲିବ୍ରିଟିଙ୍କ ଡାନ୍ସରେ ଦୁଲୁକିଲା ମଞ୍ଚ, ଦେଖନ୍ତୁ ଝଲକ

ମୁମ୍ବାଇ: ସାଧାରଣ ଲୋକଙ୍କ ପାଇଁ ଖୋଲିଛି ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଦ୍ବାରା ନିର୍ମିତ ନୀତା ମୁକେଶ ଅମ୍ବାନି ସାଂସ୍କୃତିକ କେନ୍ଦ୍ର । ଏଥିଲାଗି ଶୁକ୍ରବାର ଓ ଶନିବାର ୨ ଦିନ ଧରି ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଗ୍ରାଣ୍ଡ ଇଭେଣ୍ଟରେ ହଲିଉଡ ବଲିଉଡର ଅନେକ ଲୋକପ୍ରିୟ କଳାକାର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ବଲିଉଡ ସେଲିବ୍ରିଟିଙ୍କ ଧମାକାଦାର ଡାନ୍ସରେ ଦୁଲୁକି ଉଠିଥିଲା ମଞ୍ଚ । ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା, କିଙ୍ଗ ଖାନ ଶାହାରୁଖ, ଏନର୍ଜେଟିକ ଷ୍ଟାର ରଣବୀର ସିଂ, ବରୁଣ ଧୱନଙ୍କ ଭଳି ଲୋକପ୍ରିୟ ବଲିଉଡ ଷ୍ଟାରଙ୍କ ଡାନ୍ସ ପରଫର୍ମାନ୍ସ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହା ଛାଇ ଯାଇଥିବା ବେଳେ ୟୁଜର୍ସ ମଧ୍ୟ ଏହାକୁ ଖୁବ ପସନ୍ଦ କରିଛନ୍ତି । ଏହି ସାଂସ୍କୃତିକ କେନ୍ଦ୍ରକୁ ଭାରତର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ବ୍ୟବହାର କରାଯିବ । ଏହା କଳାକାରମାନଙ୍କ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ହେବାକୁ ଯାଉଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.