ମଝି ନଦୀରେ ଅଘଟଣ; ଟାୱାର ଖୁଣ୍ଟରେ ପିଟିହେଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୩ ମତ୍ସ୍ୟଜୀବୀ

By

Published : Aug 16, 2023, 9:18 PM IST

Updated : Aug 16, 2023, 10:04 PM IST

thumbnail

କଟକ: ମଝି ନଦୀରେ ଅଘଟଣ । କାଠଯୋଡ଼ି ନଦୀ ମଝିରେ ଥିବା ଟାୱାର ଖୁଣ୍ଟରେ ପିଟିହେଲା ଡଙ୍ଗା । ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ବଡ଼ ଦୁର୍ଘଟଣାରୁ ୩ ଜଣ ଅଳ୍ପକେ ବର୍ତ୍ତିଛନ୍ତି । କଟକ ସଦର ଥାନା ଅନ୍ତର୍ଗତ ମୁକମେଶ୍ୱର ଅଞ୍ଚଳରେ ଏହି ଘଟଣା ଘଟିଛି । । ସନ୍ଧ୍ୟା ସମୟରେ ଉକ୍ତ ଅଞ୍ଚଳର ୩ ଜଣ ବ୍ୟକ୍ତି ଡଙ୍ଗା ନେଇ ମାଛ ମାରିବା ପାଇଁ କାଠଯୋଡ଼ି ନଦୀକୁ ଯାଇଥିଲେ । ଅନ୍ଧକାର ହେତୁ ନଦୀ ମଝିରେ ଥିବା ଟାୱାର ଖୁଣ୍ଟିରେ ହଠାତ ଡଙ୍ଗା ମାଡ଼ ହୋଇଥିଲା । ଏହାପରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ନଦୀରେ ବଢି ପାଣି ଚାଲୁଥିବାରୁ ଅନେକ କଷ୍ଟ କରିବା ପରେ ତିନିଜଣ ପହଁରି କୂଳକୁ ଆସିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ମଝି ନଦୀରେ ଟାୱାର ଥିବା ହେତୁ ଏପରି ଘଟଣା ଘଟିଛି । ତେବେ ଏହି ଦିଗରେ ସ୍ଥାନୀୟ ପ୍ରଶାସନ କିଛି ବିହିତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି । କାହିଁକି ନାଁ ଏହି ଅଞ୍ଚଳର ଅଧିକାଂଶ ଲୋକ ମାଛ ଧରି ନିଜ ଜୀବିକା ନିର୍ବାହ କରିଥାନ୍ତି । ତେଣୁ ଏଭଳି ଘଟଣାରୁ ଅଳ୍ପକେ ତିନି ଜଣ ବର୍ତ୍ତିଥିବା ବେଳେ ଆଗମୀ ଦିନରେ ସ୍ଥିତି କିଛି ବି ହୋଇପାରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । 

ଇଟିଭି ଭାରତ, କଟକ 

Last Updated : Aug 16, 2023, 10:04 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.