Odisha Train Tragedy: ଆହତଙ୍କ ପାଇଁ ରକ୍ତଦାନ କଲେ ଓଆଇଏସଏଫ କର୍ମଚାରୀ - ଚିକିତ୍ସା ପାଇଁ ରକ୍ତଦାନ
🎬 Watch Now: Feature Video
ଯାଜପୁର: ବାଲେଶ୍ବର ବାହାନଗାରେ ରେଳ ଦୁର୍ଘଟଣା । ଏହି ମର୍ମନ୍ତୁଦ ଦୁର୍ଘଟଣା ଗୁରୁତରଙ୍କ ପାଇଁ ମାନବୀୟ ସହାୟତା ସଂଖ୍ୟା ବଢି ଚାଲିଛି । ଗୁରୁତରଙ୍କୁ ରକ୍ତର ଆବଶ୍ୟକତା ଥିବା ବେଳେ ସେମାନଙ୍କୁ ସହାୟତା ଯୋଗାଇ ଦେବା ପରିପେକ୍ଷୀରେ ରକ୍ତଦାନ ଜୀବନଦାତା ପରିବାର,କ୍ଳବ ଦି ୟୁଥ ମାସ ଓ ଓଆଇଏସଏଫ ପକ୍ଷରୁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଓଡିଶା ଶିଳ୍ପ ସୁରକ୍ଷା ବଳର ବରିଷ୍ଠ ଅଧିକାରୀ ସ୍ୱଦେଶ କୁମାର ମହାନ୍ତିଙ୍କ ନେତୃତ୍ୱରେ 60 ଜଣ କର୍ମଚାରୀ ଯୋଗଦେଇ ଗୁରୁତର ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ରକ୍ତଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ରାଜେଶ ରାଉତ, ପ୍ରକାଶ ଜେନା ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ l
ଏହା ମଧ୍ୟ ପଢନ୍ତୁ- Odisha Train Tragedy: ଚିକିତ୍ସା ପାଇଁ ଆବଶ୍ୟକ ହେଉଛି ରକ୍ତ , ରକ୍ତଦାନ କଲେ ୫୨୦ ରକ୍ତଦାତା
ଇଟିଭି ଭାରତ, ଯାଜପୁର