ହର୍ ଘର୍ ତ୍ରିରଙ୍ଗା 2.0: ଭୁବନେଶ୍ବରରେ ବିଜେପି ଯୁବମୋର୍ଚ୍ଚାର ବାଇକ୍‌ ଶୋଭାଯାତ୍ରା - ଭୁବନେଶ୍ବରରେ ବିଜେପି ଯୁବମୋର୍ଚ୍ଚାର ବାଇକ୍‌ ଶୋଭାଯାତ୍ରା

🎬 Watch Now: Feature Video

thumbnail

By

Published : Aug 11, 2023, 10:52 PM IST

ଭୁବନେଶ୍ବର: ଗତବର୍ଷ ଭଳି ଚଳିତ ବର୍ଷ ୧୩ରୁ ୧୫ ଅଗଷ୍ଟ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନକୁ ସଫଳ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଆଜି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା-2.0 ଉତ୍ସବ ପାଳନ ହୋଇଥିଲା । ଏହି ଅବସରରେ ବାଇକ ଶୋଭାଯାତ୍ରାରେ ଶତାଧିକ ଯୁବମୋର୍ଚ୍ଚା ସଦସ୍ୟ ଭୁବନେଶ୍ବର ଯୁବମୋର୍ଚ୍ଚା ସଭାପତି ସ୍ଵଂୟ ସେବକ ରାୟଙ୍କ ନେତୃତ୍ବରେ ସହର ପରିକ୍ରମା କରିଥିଲେ । ତେବେ ସମସ୍ତେ ମିଳିମିଶି ୧୩ ଅଗଷ୍ଟରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧିନତାର ଅମୃତ ମହୋତ୍ସବ ପାଳନ କରିବା ଏବଂ ଏହି ଐତିହାସିକ ଅଭିଯାନର ଏକ ଅଂଶ ହେବା ବୋଲି ଓଡ଼ିଶା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଶୋଭାଯାତ୍ରାରେ ଭୁବନେଶ୍ଵର ବିଜେପି ନେତା ବାବୁ ସିଂ, ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଚଣ୍ଡୀ ପ୍ରସାଦ ବେହେରା, ସମ୍ପାଦକ ଶାନ୍ତନୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.