thumbnail

ଗାଁ ସାଥୀଙ୍କ ଆନ୍ଦୋଳନକୁ ସମର୍ଥନ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ

By ETV Bharat Odisha Team

Published : Oct 6, 2023, 10:37 PM IST

କେନ୍ଦୁଝର: ଜିଲ୍ଲାରେ ବିଭିନ୍ନ ଦାବି ନେଇ ଗାଁ ସାଥୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନ ଆଜି ୫ମ ଦିନରେ ପହଞ୍ଚି ଥିବାବେଳେ ବିଜେପି ଏହାକୁ ସମର୍ଥନ କରିଛି । ଏହି ଆନ୍ଦୋଳନରେ ଯୋଗଦେଇ ସମର୍ଥନ ଜଣାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । 

ଗାଁ ସାଥିମାନଙ୍କ ଦାବି ମଧ୍ୟରେ ମେଟ୍ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ୯୦୦୦ ଟଙ୍କା ସୁନିଶ୍ଚିତ କରାଯାଉ, ଜବକାର୍ଡ ଧାରୀମାନଙ୍କୁ ବର୍ଷକୁ ୨୦୦ ଦିନର କାମ ନିଶ୍ଚିତ ଦିଆଯାଉ, ଏନ୍‌ଜିଓ ମାନଙ୍କ NMMS ପଞ୍ଜିକରଣ ବନ୍ଦ କରାଯାଉ, ସମସ୍ତ Line Department ରେ ମେଟ୍ ମାନଙ୍କୁ ନିୟୋଜିତ କରାଯାଉ, ମେଟ୍ ମାଷ୍ଟର ରୋଲ୍ ରେ ମେଟ୍ ମାନଙ୍କ ଦୈନିକ ପାରିଶ୍ରମିକ ସପ୍ତାହ ମଧ୍ୟରେ ତୁରନ୍ତ ପ୍ରଦାନ କରାଯିବା ପରି ୯ ଦଫା ସମ୍ବଳିତ ଦାବି ରହିଛି । ଦାବି ପୂରଣ ନ ହେଲେ ସମସ୍ତ ଗାଁ ସାଥୀ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ।
 

ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି, "ବିଧାନସଭାରେ ଗାଁ ସାଥିଙ୍କ ଆନ୍ଦୋଳନ ନେଇ କଥା ଉଠିଥିବାବେଳେ ସରକାର ବିଧାନସଭା ଭଙ୍ଗ କରିଥିବାରୁ ଦାବି ନେଇ ବିଶେଷ ଆଲୋଚନା ହେଇ ପାରି ନଥିଲା । ଗାଁ ସାଥିମାନଙ୍କ ଦାବି ଗୁଡିକୁ ନେଇ ଜିଲ୍ଲାପାଳ, ପିଡି ଡିଆରଡିଏଙ୍କ ସହ ଆଲୋଚନା କରିବେ ।"

ଏହା ମଧ୍ୟ ପଢନ୍ତୁ....ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ, ଦାବି ପୂରଣ ନହେଲେ ଚୂଲିବନ୍ଦ ଚେତାବନୀ


ପୂର୍ବରୁ କେନ୍ଦୁଝର ଜିଲ୍ଲା ବିଜେପି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀ ଜୟନ୍ତୀରୁ ଆମରଣ ଅନଶନରେ ବସିଥିବା ଗାଁ ସାଥୀମାନଙ୍କୁ ଜିଲ୍ଲା ବିଜେପି ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ ସମର୍ଥନ ଦେଇଥିବାବେଳେ ଭାରତୀୟ ମଜଦୁର ସଂଘ ମଧ୍ୟ ସମର୍ଥନ କରିଥିଲା ।

 
ଇଟିଭି ଭାରତ,କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.