thumbnail

By

Published : May 12, 2023, 7:35 PM IST

ETV Bharat / Videos

ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ;ବିଜେପି

ଭୁବନେଶ୍ବର:ରାଜଧାନୀରେ କର୍ପୋରେଟରମାନେ ଅପରାଧିକ ମାମଲାରେ ଜଡିତ ଥିଲେ ମଧ୍ୟ ପୋଲିସ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛି ଜିଲ୍ଲା ବିଜେପି ।  ଆଜି ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏଭଳି ଅଭିଯୋଗ କରିଛି । ଏଥିସହ ଏହି ସାମ୍ବାଦିକ ସମ୍ମିଳନୀରେ ଆଇନ ଶୃଙ୍ଖଳାକୁ ନେଇ  ଆଲୋଚନା ମଧ୍ୟ ହୋଇଥିଲା । ରାଜ୍ୟ ବାହାର ଅପରାଧୀଙ୍କ ଚରାଭୂମୀ ଭୁବନେଶ୍ୱର ପାଲଟିଥିବା ବେଳେ ସରକାର ଏବଂ ସରକାରୀ ନେତୃତ୍ବ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି । ଖୋଦ୍‌ ଭୁବନେଶ୍ୱର ମହାନଗର ନିଗମର କିଛି କର୍ପୋରେଟର ମଧ୍ୟ ଏହି ଅପରାଧରେ ଜଡ଼ିତ । ଭୁବନେଶ୍ୱରବାସୀଙ୍କ ସେବା କରିବା ବଦଳରେ ଅପରାଧରେ ଜଡିତ ହେଉଛନ୍ତି । ୨୦ନମ୍ବର ବର୍ଗର କର୍ପୋରେଟର ପେଶାଦାର ଅପରାଧୀ ଭାବେ ନିଜ ୱାର୍ଡକୁ ସଙ୍ଗଠିତ କରି ରଖିଛନ୍ତି । କିଛିଦିନ ତଳେ ପୋଲିସ ସହିତ ହାତାହାତି ହେଲେ  କିନ୍ତୁ ପୋଲିସ ଚାପର ବଶବର୍ତ୍ତୀ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ କଲାନାହିଁ । ସେହିପରି ପୋଲିସ ଏମାନଙ୍କୁ ଗିରଫ କରୁନାହିଁ, ଗିରଫ କଲେ ବେଲ୍‌ ପାଇଁ ସମୟ ଦେଉଛି । ଏଥିସହ ବିଜେଡି ବାଛି ବାଛି ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ କର୍ପୋରେଟର ଟିକେଟ ଦେଇଛି । ତେଣୁ  ଭୁବନେଶ୍ୱରବାସୀ କିପରି ନ୍ୟାୟ ପାଇବେ ବୋଲି ପ୍ରଶ୍ନ କରିଛି ଜିଲ୍ଲା ବିଜେପି । ଜିଲ୍ଲା ବିଜେପି ସଭାପତି ବାବୁ ସିଂ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଏଭଳି ଟାର୍ଗେଟ କରିଛନ୍ତି ।  ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ  ।  ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଏବଂ ଭୁବନେଶ୍ୱର ମଧ୍ୟ ବିଜେପି ନେତା ଜଗନ୍ନାଥ ପ୍ରଧାନ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.