5T ସଚିବ ଭିକେ ପାଣ୍ଡିଆନଙ୍କ ଯାଜପୁର ଗସ୍ତକୁ ବିଜେପିର ବିରୋଧ
🎬 Watch Now: Feature Video
ଯାଜପୁର: ଆଜି 5T ସଚିବ ଭିକେ ପାଣ୍ଡିଆନଙ୍କ ଯାଜପୁର ଗସ୍ତକୁ ବିରୋଧ କରିଛି ଯାଜପୁର ବିଜେପି । ଯାଜପୁରର ଚେକ୍ ଗେଟ୍ ଛକ ପାଖରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଥିଲେ। ପୋଲିସ ସେମାନଙ୍କୁ ପ୍ରଥମେ ଅଟକାଇଥିଲା, ଏହାପରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଉପୁଜିଥିଲା । ବିଜେପି କର୍ମୀମାନେ ରାସ୍ତା ଅବରୋଧ କରିବା ସହ ଧାରଣା ବସିଥିଲେ । ଏହାସହ ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ...'ପାଣ୍ଡିଆନ ଗୋ ବ୍ୟାକ୍' ନାରାରେ କମ୍ପିଲା ଯାଜପୁର, ବିରୋଧୀଙ୍କ ଆଗକୁ ମାଡ଼ି ଆସିଲେ 5T ସାର୍ଟ ପିନ୍ଧା ଯୁବକ
ବିଜେପିର କର୍ମୀମାନେ ଭିକେ ପାଣ୍ଡିଆନଙ୍କ ଯାଜପୁର ଗସ୍ତକୁ ବିରୋଧ କରିବା ସହ 5T ସଚିବ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ l ସରକାରୀ ଅର୍ଥରେ 5T ସଚିବ ଭିକେ ପାଣ୍ଡିଆନ ବିଜୁ ଜନତା ଦଳର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ସଂଗ୍ରାମ ପାତ୍ର ।