thumbnail

By ETV Bharat Odisha Team

Published : Nov 20, 2023, 8:51 PM IST

ETV Bharat / Videos

ସିଏମସି ଆଗରେ ବିଜେପିର ଶକ୍ତି ପ୍ରଦର୍ଶନ, ପୋଲିସ ଓ କର୍ମୀଙ୍କ ମଧ୍ୟରେ ଠେଲାପେଲା

କଟକ: ସିଏମସି ଘେରିଲା ବିଜେପି । ରାଜ୍ୟ ଏବଂ କଟକ ମହାନଗର ନିଗମରେ ଅନ୍ୟାୟ ଅନୀତି ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ କଟକ ନଗର ବିଜେପି ପକ୍ଷରୁ ଜନ ଆକ୍ରୋସ ଶୋଭାଯାତ୍ରା ଆରମ୍ଭ ହୋଇଛି । ସିଏମସି କାର୍ଯ୍ୟଳୟକୁ ବିଜେପି କର୍ମୀ ପ୍ରବେଶ କରିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ଏବଂ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପରେ ବିଜେପି କର୍ମୀ ଏବଂ ନେତାଙ୍କୁ ଉଠାଇ ନେଇଥିଲା ପୋଲିସ ।  

ତେବେ ବିଜେପି କର୍ମୀଙ୍କ ଅଭିଯୋଗ ଅନୁସାରେ, କଟକ ମହାନଗର ନିଗମ ଦୁର୍ନୀତିର ଗନ୍ତାଘର ପାଲଟିଛି । ବିନା ପିସିରେ ଏଠି କୌଣସି କାମ ହେଉନାହିଁ । ଜଣେ ଜଣେ ଅଫିସର ସିଏମସିରେ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି ରାଜ କରୁଛନ୍ତି । ମଶା ତେଲ, ଜାଇକା, ରାସ୍ତା,ବାଲିଯାତ୍ରା, ଛତ୍ର ବଜ଼ାର ଅର୍ବନ ହାଟ, ହାଡ଼ିଆ ପଠା ଜମିରେ ଦୁର୍ନୀତି ହୋଇଛି । ଏହି ସବୁ ଦୁର୍ନୀତିରେ ସିଏମସି ଅଫିସର ମେୟର କମିଶନର ଲିପ୍ତ ଅଛନ୍ତି । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉବୋଲି ଦାବି କରିଛି ବିଜେପି । ତେବେ ଆଜିର ଏହି ଆନ୍ଦୋଳନ ପାଇଁ କଟକ ଦୋଳମୁଣ୍ଡେଇ ଠାରୁ ଏକ ବିରାଟ ପଦଯାତ୍ରା ଆରମ୍ଭ ହୋଇ ସିଏମସି ପହଞ୍ଚିବା ସହ କଟକ ମୁନିସିପାଲିଟିକୁ ଘେରାଉ କରିଥିଲା ବିଜେପି । ଏହା ପୂର୍ବରୁ ମହାନଗର ନିଗମରେ ହୋଇଥିବା ଦୁର୍ନୀତିକୁ ପ୍ରସଙ୍ଗ କରି କାଉନସିଲର ହଲରେ 5 ଦିନ ଧରି ଧାରଣରେ ବସି ରହିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ କର୍ପୋରେଟର ।

ଏହା ମଧ୍ୟ ପଢ଼ନ୍ତୁ.....ବିଜେପିର ଜନ ଆକ୍ରୋଶ ଶୋଭାଯାତ୍ରା, 20ରେ ସିଏମସି ଘେରାଉ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.